No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଆଗତ କରିଛନ୍ତି । ବିଧାନସଭାର ଶୀତ ଅଧିବେଶନରେ ୨୦୨୧-୨୨ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହୋଇଛି । ଏହି ଅତିରିକ୍ତ ବଜେଟରେ ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଥିବା ବେଳେ ୫ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେଗୁଡିକ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିରେ ରାଜ୍ୟ ସରକାର ପ୍ରଶାସନିକ ବ୍ୟୟ ବରାଦ ୪୫୭୭ କୋଟି ରଖିଥିବାବେଳେ କାର୍ୟ୍ୟକ୍ରମ ବ୍ୟୟ ରଖିଛନ୍ତି ୧୩ ୫୬୮ କୋଟି ।
ସେହିପରି ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ସରକାର ବଜେଟରେ ୧୬୮୨ କୋଟି ବରାଦ କରିଛନ୍ତି । ଚଳିତ ବଜେଟରେ ଏଥର ଫୋକସରେ ରହିଛି ପଞ୍ଚାୟତରାଜ ଓ ଶକ୍ତି ବିଭାଗ । ଅତିରିକ୍ତ ବଜେଟରେ ରାସ୍ତା ଓ ସେତୁ ମରାମତି ରକ୍ଷଣାବେକ୍ଷଣ ପାଇଁ ୨୪୧.୩୫ କୋଟି ବରାଦ ହୋଇଛି । ସେହିଭଳି କୃଷକ କଲ୍ୟାଣ, ଖାଦ୍ୟ ନିରାପତା ଓ ଜଳ ସେଚନ ପାଇଁ ୨୧୪୭ କୋଟି ବରାଦ କରିଛନ୍ତି । ସାମାଜିକ ନିରାପତା କାର୍ୟ୍ୟକ୍ରମକୁ ସରକାର ଅଗ୍ରାଧିକାର ଦେଇ ୫୮୪.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।
ଜନସ୍ୱାସ୍ଥ୍ୟରେ ସରକାର ଖର୍ଚ୍ଚ କରିବେ ୨୦୩୮ କୋଟି । ଏଥିରୁ ବିଏସକେୱାଇରେ ୪୯୮.୫୧ କୋଟି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ ୧୭୬. ୨୬ କୋଟି । ସେହିପରି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶକୁ ଅତିରିକ୍ତ ବଜେଟରେ ବେଶ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୨୫୩.୦୨ କୋଟି ବରାଦ କରାଯାଇଛି । ଆଦିବାସୀ ବିକାଶ ପାଇଁ ୧୭୪.୫୧ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶରେ ୧୩ଶହ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖି ପାଣ୍ଠି ବରାଦ କରିଛନ୍ତି । ସେହିପରି କୃଷକ କଲ୍ୟାଣକୁ ମଧ୍ୟ ଫୋକସ କରି ୨୧ ଶହ ୪୭ କୋଟି ବରାଦ କରାୟାଇଛି ।
No Result
View All Result