No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ଅନ୍ୟର ମୁହଁରେ ହସ ଫୁଟେଇବାରେ ଅଛି ଜୀବନର ସାର୍ଥକତା । ଏହା ସାଧନାର ଶୀର୍ଷ ଫଳ । ପ୍ରେମ ଓ କରୁଣା ମାଧ୍ୟମରେ ଏହା ସମ୍ଭବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି । ଏଲ୍ ଆଣ୍ଡ କେ ସର୍ଭିସେସ୍ର ଦ୍ୱାବିଂଶ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଜଣଙ୍କ ମନରେ ଆନନ୍ଦ ଦେବାରେ ଯେଉଁ ବିଶେଷତା ରହିଛି ତାହାର କୌଣସି ବିକଳ୍ପ ନାହିଁ ।
ସମସ୍ତଙ୍କୁ ସ୍ୱୀକାର କରିବା, ସମ୍ମାନ କରିବା ଓ ଭଲ ପାଇବା ହେଉଛି ଭାରତୀୟ ପରମ୍ପରା ଏବଂ ଏହାକୁ ଜୀବନରେ ଆପଣେଇବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଏଲ୍ ଆଣ୍ଡ କେ ସର୍ଭିସେସ୍ର ପ୍ରତାପ କୁମାର ପଲାଇ ଓ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
No Result
View All Result