No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ବରଗଡ଼ :- ବରଗଡ଼ ବ୍ଲକ ଅନ୍ତର୍ଗତ ସରସରା ମିଳିତ ଗ୍ରାମ ପଞ୍ଚାୟତ କଲେଜ୍ ଠାରେ ଆଜି ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ତଥା ରେଡକ୍ରସ କାଉନସିଲର ସୁଶ୍ରୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଦିବସ ରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦିଲ୍ଲିପ ଭୋଇ ଏବଂ ସମ୍ମାନିତ ଅତିଥି ଭାବେ

ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ଯୋଗ ଦେଇ ଏଡ଼ସ ରୋଗ ଉପରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇ ଏଡ଼ସ ରୋଗ ର ଭୟାବହତା ଓ ଏଥିରେ ଯୁବ ସମାଜ ଅଧିକ ସଚେତନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଶେଷରେ ପ୍ରଫେସର ସଞ୍ଜୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result