No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ବରଗଡ଼ :- ପ୍ରଧାନ ମନ୍ତ୍ରୀ ଙ୍କ ଘୋଷଣା ଓ ଆଜି ୩କଳା ଆଇନ ସଂସଦ ରେ ପ୍ରତ୍ୟାହାର । ଏହା ହେଉଛି ଭାରତର କୃଷକଙ୍କ ବିଜୟ। ଗତ ଏକ ବର୍ଷ ପୂର୍ବେ ଭାରତର କୃଷକଙ୍କ ଉପରେ ଯୋର ଜବରଦସ୍ତ ୩କଳା କୃଷି ଆଇନ ଲାଗୁ ହୋଇଥିବା ବେଳେ ଏହାର ପ୍ରତିବାଦରେ ଚାଷୀମାନେ ଏକତାର ପ୍ରତୀକ ଭାବେ ଲଢେଇ କରିବାରୁ ଉକ୍ତ ବିଲ୍ କୁ ପ୍ରତ୍ୟାହାର ପାଇଁ ସରକାର ବାଧ୍ୟ ହୋଇଥିଲେ ।

ଏହା ହେଉଛି ପ୍ରଜାତନ୍ତ୍ର ରେ ପ୍ରଜାଶକ୍ତିର ଜିତ୍ ବୋଲି ବରଗଡ଼ ଗାନ୍ଧୀ ଛକ ଠାରେ ଆୟୋଜିତ ବିଜୟ ଶୋଭାଯାତ୍ରା ସଭା ରେ ଚାଷୀ ନେତା ମାନେ ପ୍ରକାଶ କରିଥିଲେ । ଆଜି ସଂଧ୍ୟା ରେ ଜୟ କିଷାନ ଆନ୍ଦୋଳନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆୟୋଜିତ କୃଷକ ଶକ୍ତି ର ବିଜୟ ଏବଂ ସଂଘର୍ଷ ପାଇଁ ସଂକଳ୍ପ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ ।

ପରେ ଗାନ୍ଧୀ ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଚାଷୀ ନେତା ହର ବନିଆ ଙ୍କ ସଭାପତିତ୍ବରେ ଶ୍ରୀ ଲିଙ୍ଗରାଜ,ଉତ୍ପନ୍ନ ଭୋଇ,ମନୋହର ପ୍ରଧାନ ପ୍ରମୁଖ ଚାଷୀ ନେତା ମାନେ ଉଦବୋଧନ ଦେଇଥିଲେ।

No Result
View All Result