No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ବରଗଡ଼ :- ବରଗଡ ପଞ୍ଚାୟତ କଲେଜ ଏନ୍ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ପଞ୍ଚାୟତ କଲେଜ୍ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି । ଏନ୍ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ପଞ୍ଚାୟତ ମହାବିଦ୍ୟାଳୟ ପରିସରେ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା ।
ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଏନ୍ସିସି ଅଫିସର କ୍ୟାପଟେନ ପାଣ୍ଡବ ବେହେରା ଯୋଗଦାନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସ୍ଥାନୀୟ ଜର୍ଜ ହାଇସ୍କୁଲର ଏନ୍ସିସି ଅଫିସର ଲେଫ୍ଟେନେଣ୍ଟ ଅମୃତଲାଲ ବେହେରା ଏବଂ ବରଗଡ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଏନ୍ସିସି ଅଫିସର ଲେଫ୍ଟେନେଣ୍ଟ ଗଙ୍ଗାଧର ଭୋଇ ପ୍ରମୁଖ ଯୋଗଦେଇ ଥିଲେ।
ଶିବିରରେ ମୋଟ ୧୬ ଜଣ ମହିଳା ରକ୍ତଦାତା ସମେତ ମୋଟ ୬୮ ଜଣ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ତେବେ ଏହି ରକ୍ତଦାନ ଶିବିରରେ ଅନେକ ନୂତନ ଛାତ୍ରଛାତ୍ରୀ ପ୍ରଥମ କରି ରକ୍ତଦାନ କରି ବେଶ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା । ଶିବିରକୁ ପଞ୍ଚାୟତ ମହାବିଦ୍ୟାଳୟର ଏନ୍ସିସି ଅଫିସର ଲେଫ୍ଟେନେଣ୍ଟ ଲିଲିମା ମେହେର ପରିଚାଳନା କରିଥିବା ବେଳେ ସଂକଳ୍ପ ପରିବାର, ବରଗଡ ତଥା ପୂର୍ବତନ ଏନ୍ସିସି ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
No Result
View All Result