• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୈନିକ ସମ୍ବାଦପତ୍ର ସର୍ବସାଧାରଣ ର ଦ୍ୱାଦଶ ବାର୍ଷିକୋତ୍ସବ “ସର୍ବସାଧାରଣ” ସାଧାରଣ ଲୋକଙ୍କ ସ୍ୱର ହୋଇଛି – ମନ୍ତ୍ରୀ ରଘୁନନ୍ଦନ ଦାସ

Proprietor Abhimanyu Maharana by Proprietor Abhimanyu Maharana
November 29, 2021
in ଓଡ଼ିଶା, ମହାନଗର, ହୋମ୍
0
ଦୈନିକ ସମ୍ବାଦପତ୍ର ସର୍ବସାଧାରଣ ର ଦ୍ୱାଦଶ ବାର୍ଷିକୋତ୍ସବ “ସର୍ବସାଧାରଣ” ସାଧାରଣ ଲୋକଙ୍କ ସ୍ୱର ହୋଇଛି – ମନ୍ତ୍ରୀ ରଘୁନନ୍ଦନ ଦାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ଭୁବନେଶ୍ୱର :- ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ଦ୍ୱାଦଶ ବାର୍ଷିକୋତ୍ସବ ଆଜି ସଂଧ୍ୟାରେ ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌, ପଟିଆସ୍ଥିତ ସର୍ବସାଧାରଣ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ମାତ୍ର ୧୨ ବର୍ଷର ସମ୍ବାଦ ପତ୍ର ‘ସର୍ବସାଧାରଣ’ ଆଜି ସାହିତ୍ୟ ଓ ସମ୍ବାଦ ପତ୍ର ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛି । ଏହି ସମ୍ବାଦପତ୍ର ଗୁଣାତ୍ମକ ସମ୍ବାଦ ପରିବେଷଣ କରିବା ସହ ଏହା ସାଧାରଣ ଲୋକଙ୍କ ସ୍ୱର ହୋଇଛି ।

ଏହାକୁ ଉଚ୍ଚତର ସୋପାନରେ ପହଁଚାଇବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଖ୍ୟାତନାମା କବି ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ କହିେଲେ ଯେ, ଜନମତକୁ ପ୍ରତିଫଳିତ କରିବାରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣତନ୍ତ୍ର ଓ ବୌଦ୍ଧିକ ନିରପେକ୍ଷତା ସଂପର୍କରେ ସେ ତୁଳନାତ୍ମକ ବିଶ୍ଳେଷଣ କରିବା ସହିତ ଜନସାଧାରଣଙ୍କୁ ସଂବାଦ ପ୍ରକାଶନରେ ସହଯୋଗ କରିବା ଓ ସମ୍ବାଦ ପ୍ରକାଶନରେ ସକରାତ୍ମକ ଦୃଷ୍ଟି ଭଙ୍ଗୀର ଆବଶ୍ୟକତା ସଂପର୍କରେ ସେ ଆଲୋକପାତ କରିଥିଲେ । ବିଭିନ୍ନ ଦେଶର ଉଦାହରଣ ଦେଇ ରାଜନୈତିକ ଗଣତନ୍ତ୍ର ଅପେକ୍ଷା ସଭ୍ୟତାଭିତିକ ଗଣତନ୍ତ୍ର ଜରୁରୀ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଂଜନ ଯୋଗଦେଇ କହିଲେ ଯେ, ସମ୍ବାଦପତ୍ର ଆଜି ଜନସାଧାରଣଙ୍କ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ଜାତିର ପିତା ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ବିଶିଷ୍ଟ ଜନନାୟକମାନେ ରାଜନୈତିକ ଚେତନାକୁ ଜାଗ୍ରତ କରିବାକୁ ସମ୍ବାଦପତ୍ର ପାଇଁ ଲେଖୁଥିଲେ ା ବିଶ୍ୱ ତଥା ଦେଶର ବହୁ ବିଶିଷ୍ଟ ସ୍ତମ୍ଭକାରମାନଙ୍କ ଲେଖାର ଉଦାହରଣ ଦେଇ ଜନମତର ସଠିକ ଉପସ୍ଥାପନ ଓ ସମାଜସେବାର ସାଧନ ସମ୍ବାଦପତ୍ରର ପ୍ରମୁଖ ଆବଶ୍ୟକତା ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । ଗଠନମୂଳକ ଲେଖା ପ୍ରକାଶନ ଓ ବିକାଶମୂଳକ ସାମ୍ବାଦିକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସର୍ବସାଧାରଣ ଖବରକାଗଜର ସଂପାଦକ ତଥା ଉତ୍ସବର ସଭାପତି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ କହିଲେ ଯେ, କୋଭିଡ୍ କଟକଣା ସତ୍ୱେ ପ୍ରତିକୂଳ ପରିସ୍ଥିତିରେ ସର୍ବସାଧାରଣ ଖବରକାଗଜର ପ୍ରତିନିଧିମାନେ ଭଲ କାମ କରିଛନ୍ତି । ସର୍ବସାଧାରଣ ଏକ ନିଆରା ଢଙ୍ଗର ଖବରକାଗଜ । ଜନସାଧାରଣଙ୍କର ସ୍ୱର, ଦୁଃଖ ଓ ପ୍ରତିବେଦନକୁ ଏହା ଲୋକମାନଙ୍କ ଆଗରେ ପ୍ରକାଶ କରିଥାଏ । ସଂପ୍ରତି ଖବର ପ୍ରକାଶନରେ ଆଂଚଳିକ ଖବରକାଗଜ ଅଧିକ ପ୍ରଭାବୀ ଥିବା ବେଳେ , ବିତଶାଳୀ ବ୍ୟକ୍ତି, ରାଜ୍ୟ ତଥା କେନ୍ଦ୍ର ସରକାର ସହଯୋଗର ହାତ ବଢାଇଲେ ଖବରକାଗଜ ଆଗକୁ ଭଲ କରିବ ବୋଲି ସେ ପ୍ରକାଶ କରିଥିଲେ ।

ସର୍ବସାଧାରଣ କାର୍ଯ୍ୟାଳୟର ଉନ୍ନତି ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା କ୍ରାନ୍ତିଧାରାର ପ୍ରାକ୍ତନ ସଂପାଦକ ଶ୍ରୀ ସଂଜୟ ଦାସବର୍ମାଙ୍କ ପ୍ରୋତ୍ସାହନ ଓ ପ୍ରେରଣା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ । ସର୍ବସାଧାରଣ ଖବରକାଗଜର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ଜୟସିଂହ କୋଭିଡ ସ୍ଥିତିରେ ସମ୍ବାଦ ପ୍ରକାଶନ କିପରି ଆହ୍ୱାନମୂଳକ ରହିଥିଲା, ସେ ସଂପର୍କରେ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସର୍ବସାଧାରଣ ଖବରକାଗଜର ଜିଲ୍ଲା ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବସାଧାରଣ ସମ୍ବାଦପତ୍ରର ବାର୍ତା ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version