No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ବ୍ଲକନୂଆଗଡ଼, ମୋହନା ଓ ଗୁମ୍ମା ବ୍ଲକର ପାନୀୟ ସମସ୍ୟା ଦୂର କରିବା ୬୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏହି ସୂଚନା ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟ ବୈଠକରେ ଏହି ବିଲ୍ ପାସ୍ ହେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା ଏହି କହିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଦିବାସୀ ଓ ସାଧାରଣ ଲୋକଙ୍କ ପାନୀୟ ଜଳ ସମସ୍ୟା ସମାଧନ ହୋଇପାରିବ ଏହାସହ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ପାନୀୟ ଜଳ କଷ୍ଟ ମଧ୍ୟ ଦୂର ହୋଇପାରିବ ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପାଇଁ ଉଭୟ ନେତା ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ ମଧ୍ଯ ଉପସ୍ଥିତ ଥିଲେ

No Result
View All Result