No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ପଦ୍ମପୁର :- ଆସନ୍ତା ଡିସେମ୍ବର ତା ୧୯. ୧୨ ରିଖ ଠାରୁ ତା ୨୦ . ୧୨ .୨୧ ରିଖ ଦୁଇଦିନ ଧରି ହେବାକୁ ଥିବା ଗନ୍ଧମାର୍ଦ୍ଦନ ପାଦଦେଶରେ ମାଁ ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଉପଲେକ୍ଷ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନଭଙ୍ଗ ଡେମ ଠାରେ ଶ୍ରୀ ନବୀନ ମଲ୍ଲିକଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଖପାଖ ତଥା ଏହି ଅଞ୍ଚଳରେ ଥିବା କୁଢେରଫସା ଲଉଡମାଲ, ନୁଆଗାଁ,ମନମଥପାଲି,ମିଠାପାଲି,ମୋତିପାଲି,ପତ୍ରାପାଲି,ପିପଲଖୁଣ୍ଟା,ବିଜୟନଗର,ଲୁକୁପାଲି ଆଦି ଗ୍ରାମ ଅନେକ ଜନ ସାଧାରଣ ଭଦ୍ରବ୍ଯକ୍ତି ଉପସ୍ଥିତ ଥିଲେ ।
କୋଭିଡ ନିୟମ ପାଳନ କରି ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ସହିତ ସୂଚାରୁ ରୂପେ ପୂଜା ଉତ୍ସବ ପାଳିତ ହେବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦୁର୍ଗେଇ ଦେବୀଙ୍କ ପୂଜାରୀ ନବୀନ ମଲ୍ଲିକ,ଶ୍ରୀ ନକୁଳ ମଲ୍ଲିକ,ଅନିରୁଦ୍ଧ ମଲ୍ଲିକଙ୍କ ସମେତ ପୂଜା ଉତ୍ସବର ପରିଚାଳନା କମିଟି ସଭାପତି ଶ୍ରୀ ମଧୁସୂଦନ ପାଣ୍ତେ,ଉପ ସଭାପତି ଶ୍ରୀ ପୂର୍ଣ୍ଣ ଭୁଏ,ସଂପାଦକ ଶ୍ରୀ ବେଣୁଧର ମଲ୍ଲିକ,କୋଷାଧ୍ୟକ୍ଷ ଶ୍ରୀ ହୀରଣ୍ଯ ମଲ୍ଲିକ,
ସଭ୍ଯ ରଣଜିତ ମଲ୍ଲିକ, ସୁରଥ ମଲ୍ଲିକ,ତ୍ରିନାଥ ମଲ୍ଲିକ,ଟିକେଶ୍ଵର ମାହାର,ଗୋଲାପ ଦାସ,ଶୁକ୍ତୁ ମଲ୍ଲିକ, ରାମେଶ୍ଵର ଧରୁଆ,ରୁବିଧ ଧରୁଆ,ଚିନ୍ତାମଣି ବଗାର,ବୈଦ୍ୟରାଜ ବଜାରୁ ଧରୁଆ,ପୂର୍ବତନ ସରପଞ୍ଚ ପାନାଲାଲ ସେଠ,ବାବୁଲାଲ,ମକରଧ୍ବଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପୂଜା ଉତ୍ସବ କମିଟି ସଂପାଦକ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

No Result
View All Result