ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ନୂଆଗାଁ ବ୍ଲକ୍ ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ର ଗର୍ଜନ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର ) ନୂଆଗାଁ :- ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଛି । ନୂଆଗାଁ ବ୍ଲକ୍ ବିଜୁ ମହିଳା,ଯୁବ ଏବଂ ଛାତ୍ର ବିଜୁ ଜନତା ଦଳ ତରଫରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ତଥା ଜିଲ୍ଲା ମହିଳା ଉପ ସଭାପତି ପୁଷ୍ପାଞ୍ଜଳି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ଧାରଣା ଓ ପ୍ରତିବାଦ ସଭାରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରନ୍ଧନ ଗ୍ୟାସ ଦରବୃଦ୍ଧି ଯୋଗୁଁ ପରିବାର କିପରି ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେଉଛନ୍ତି କହିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ ।

ତତ୍ ସହିତ କେନ୍ଦ୍ର ସରକାରଙ୍କ ଅଚ୍ଛା ଦିନ୍ କୁଆଡେ ଗଲା ବୋଲି କହିବା ସହ ରାଜ୍ୟ ର ମହିଳା ମାନଙ୍କୁ କେନ୍ଦ୍ର ସରକାର ଠକିଥିବା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜୁ ମହିଳା ସଭାପତି ରୁନୁ ବାଳା ମହାପାତ୍ର , ଜିଲ୍ଲା ଛାତ୍ର ସମ୍ପାଦକ ଶୁଭଶ୍ରୀ ସାହୁ ,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ବ୍ଲକ୍ ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,

ସନ୍ତୋଷ କୁମାର ନାୟକ,ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ଏପରିକି କାଠ ଜାଳି ଚୁଲିରେ ରୋଷେଇ କରିଥିଲେ । ଏ ନେଇ ନୂଆଗାଁ ବ୍ଲକ୍ ବିଜୁ ଜନତା ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।  ଏହି ଗଣ ଧାରଣା ଓ ପ୍ରତିବାଦ ସଭାରେ ନୂଆଗାଁ ବ୍ଲକ୍ ର ଶହ ଶହ ମହିଳା ଯୋଗ ଦେଇଥିଲେ ।