No Result
View All Result
ଅବକାରୀ ଓ ବନ ବିଭାଗର ମିଳିତଚଢଉ୧୦୫ ଏକର ଜଙ୍ଗଲ ଜମି ରେ ଲାଗିଥିବା ୨୧କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲା ଆର. ଉଦୟଗିରି ଥାନା ଅନ୍ତର୍ଗତ କଟମା ଗାଁ ନିକଟ ଅନୁଗୁରୁ ଗ୍ରାମ ପଂଚାୟତରେ ଆଜି ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସ ପି ଜୟରାମ ଶତପଥି ଙ୍କ ନିର୍ଦେଶ ପ୍ରକାରେ ସ୍ଥାନୀୟ ପୋଲିସ, ଅବକାରୀ ଏବଂ ବନ ବିଭାଗର ଅଧିକାରୀ ମିଳିତ ଭାବେ ଚଡାଉ କରି ଆନୁମାନିକ ୧୦୫ଏକର ଜଙ୍ଗଲ ଜମିରେ ଲାଗିଥିବା ବେ ଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ।
ସେହି ଜମିରେ ଆନୁମାନିକ ୨୧୦୦୦୦ଟି ଗଛ ଲାଗିଥିବା ହିସାବରୁ ଜଣାପଡିଛି । ନଷ୍ଟ ହୋଇଥିବା ଗଛ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୨୧କୋଟି ଟଙ୍କା ହେବ ବୋଲି ଆର. ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ।
ଆର. ଉଦୟଗିରି ଥାନା କେସ ନମ୍ବର ୧୪୭/୨୧ପ୍ରକାରେ ପୋଲିସ ତଦନ୍ତ କରୁଥିବା ବେଳେ ଏହା ଏନ ଡି ପି ଏସ ଧାରା ଲଗାଯାଇ ତଦନ୍ତ ହେଉଥିବା କହିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେହି ଗିରଫ ହୋଇନଥିବା ଜଣାପଡ଼ିଛି l

No Result
View All Result