କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୋଲିସ୍ ସହୀଦ ସ୍ମୃତି ଦିବସ ପାଳନ ଅବସରରେ କଟକ ୬ଷ୍ଠ ବାଟାଲିୟନ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି। ବାଟାଲିୟନ ପରିସରରେ ଓଡ଼ିଆ ଜାତି, ରାଜ୍ୟ ଏବଂ ଜନସାଧାରଣଙ୍କ ଲାଗି ନିଜ ଅମୂଲ୍ୟ ଜୀବନକୁ ସମର୍ପିତ କରି ସହୀଦ ହୋଇଥିବା ପୋଲିସ୍ ଅଧିକାରୀମାନଙ୍କ ପଟ୍ଟଚିତ୍ର ସମ୍ମୁଖରେ ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଶ ମିଶ୍ର,

ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସତୀଶ୍ ଗଜଭିୟେ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଶହୀଦ ପୋଲିସ୍ ଅଧିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ଶ୍ରଦ୍ଧା ସୂମନ ଅର୍ପଣ କରିଥିଲେ । ବାଟାଲିୟନର ଦୂର୍ଗପତି ଶ୍ରୀ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଟାଲିୟନର ଉପ-ଦୂର୍ଗପତି ଶ୍ରୀ ସ୍ୱଦେଶ କୁମାର ମହାନ୍ତି ଉପସ୍ଥିତ ରହି ସମସ୍ତ ବରିଷ୍ଠ ଅଧିକାରିଙ୍କୁ ସ୍ଵାଗତ କରିଥିଲେ ।
















