ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ପଦ୍ମପୁର :- ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ସଭ୍ଯ ମାନଙ୍କର ଉପସ୍ଥିତରେ ଏକ ସାଧାରଣ ସଭା ପାଇକମାଲ ସ୍ଥିତ ସାଲେପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର କର୍ମକର୍ତ୍ତା ନିର୍ବାଚନ କରା ଯାଇଥିଲା ।

ସମାଜର ବିଭିନ୍ନ କ୍ଷେତ୍ରରେ ଆଲୋଚନା କରା ଯାଇଥିଲା । ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ମାନେ ଚୟନ କରା ଯାଇଥିଲା । ସେମାନେ ହେଲେ ସଭାପତି ଧନସିଂ ତାଣ୍ତି,ଉପ ସଭାପତି ଶ୍ରୀ ଦିବାକର ତାଣ୍ତି,ସଂପାଦକ ଶ୍ରୀ ଗୋକୁଳ ହଂସ,ସହ ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର କଲେତ,କୋଷାଧ୍ୟକ୍ଷ ଶ୍ରୀ ମଧୁସୂଦନ ତାଣ୍ତି,କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ ମୁକେଶ୍ଵର ବାଗ ଭାବରେ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ କର୍ମକର୍ତ୍ତା ଗଣଙ୍କୁ ସଭାର ସଭାପତି କ୍ଷେତ୍ରୀ ଲୁହାର ଶପଥ ପାଠ କରାଇ ଥିଲେ । ନିମନ୍ତ୍ରଣ ଅତିଥି ଭାବରେ ଶ୍ରୀ ଯୁଗଳ କିଶୋର ମହାନନ୍ଦ,ଶ୍ରୀ ଧର୍ମସିଂ ତାଣ୍ତି,ଶ୍ରୀ ଯୁଧିଷ୍ଠିର ଚାନ୍ଦ,ଶ୍ରୀ ଗଣେଶ ସୁନା,ଶ୍ରୀ ଦେବାର ଛତର ପ୍ରମୁଖ ଉପସ୍ଥିତ ଥିଲେ ।