ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ରବିବାର ) ବରଗଡ :- ସୁନ୍ଦରଗଡ଼ ଠାରେ ରାଜ୍ୟ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ରେ ଭାଗ ନେବାକୁ ଥିବା ବରଗଡ ଜିଲ୍ଲା ପୁରୁଷ, ବାଳକ ଦଳ ର ଚୟନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଏହି ପ୍ରକ୍ରିୟା ରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ଶତାଧିକ ମହିଳା, ପୁରୁଷ ,ବାଳକ ଓ ବାଳିକା ଯୋଗ ଦେଇଥିଲେ ।
ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ରେ ଆୟୋଜିତ ଏହି ଚୟନ ଶିବିର ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ କିଶୋର କୁମାର ମିଶ୍ର ଓ ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ଚୟନକର୍ତା ଭାବରେ ରାଜେଶ ସେଠ୍,କାର୍ତ୍ତିକ ବାରିକ,ଶ୍ରୀକାନ୍ତ ବାରିକ ଯୋଗ ଦେଇଥିଲେ ।