ନୂଆଗାଁ ପୁଲିସ୍ ର ଚଢ଼ାଉ ; ୨୪ ଲିଟର ଦେଶୀ ମଦ ଜବତ ସହ – ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ନୂଆଗାଁ :- ନୂଆଗାଁ ଥାନା ଅଞ୍ଚଳ ସୋରଡ଼ା ଗ୍ରାମର ଦେବରାଜ ନାୟକ (୬୦) ବର୍ଷ ୨୪ ଲିଟର ମଦ ନେଇ ବାଇକ୍ ରେ ଯାଉଥିବା ବେଳେ ନୂଆଗାଁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସୋରଡ଼ା ଗ୍ରାମର ଦେବରାଜ ନାୟକ ଟିଭିଏସ୍ ଏକ୍ସଏଲ୍ ଗାଡ଼ି ନମ୍ବର (ଓଡି ୨୫ ଏଫ୍ ୯୮୮୭) ରେ ମଦନେଇ ଗ୍ରାମକୁ ଯାଉଥିବା ବେଳେ

ନୂଆଗାଁ ପୋଲିସ୍ ଚଢ଼ାଉ କରି ୨୪ ଲିଟର ଦେଶୀମଦ ଓ ବାଇକ୍ ଜବତ କରିଛି । ଏ ନେଇ ନୂଆଗାଁ ଥାନା ପକ୍ଷରୁ ୧୪୯/୨୧ରେ ମାମଲା ରୁଜୁ କରିବା ସହ ଦେବରାଜ ନାୟକ ଙ୍କୁ ଗିରଫ କରି କୋଟ ଚାଲଣା କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।