• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଲିଟିକାଲ୍ ସିଇଓ କନ୍‌କ୍ଲେଭ୍ ୨୦୨୧ ପ୍ରତି ରାଜନୈତିକ ଦଳର ନିଜ ପାଇଁ ଲଢ଼େଇ ; ବାଚସ୍ପତି ଓଡ଼ିଶା ଜାମ୍ମୁ ଓ କାଶ୍ମୀର ପାଇଁ ସରକାରଙ୍କ କୌଣସି ଦୃଢ଼ ଯୋଜନା ନାହିଁ – ମାରୁଫ୍ ରାଜା

Proprietor Abhimanyu Maharana by Proprietor Abhimanyu Maharana
November 16, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ପଲିଟିକାଲ୍ ସିଇଓ କନ୍‌କ୍ଲେଭ୍ ୨୦୨୧ ପ୍ରତି ରାଜନୈତିକ ଦଳର ନିଜ ପାଇଁ ଲଢ଼େଇ ; ବାଚସ୍ପତି ଓଡ଼ିଶା ଜାମ୍ମୁ ଓ କାଶ୍ମୀର ପାଇଁ ସରକାରଙ୍କ କୌଣସି ଦୃଢ଼ ଯୋଜନା ନାହିଁ – ମାରୁଫ୍ ରାଜା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଓଡ଼ିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଦେଶରେ ଥିବା ରାଜନୈତିକ ଦଳଗୁଡ଼ିକ ନିଜ ପାଇଁ ହିଁ କେବଳ ଲଢ଼େଇ କରୁଛନ୍ତି । ଇନଷ୍ଟିଚିଚ୍ୟୁଟ୍ ଅଫ୍ ପଲିଟିକାଲ୍ ଏଟଂରପ୍ରେନ୍ୟୁଅର୍ସ ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଂଟ୍ (ଆଇପିଇଇଏମ୍‌) ପକ୍ଷରୁ ଆୟୋଜନ କରାଯାଇଥିବା ପଲିଟିକାଲ୍ ସିଇଓ କନ୍‌କ୍ଲେଭ ୨୦୨୧ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ସବୁ ଦଳ ନିଜ ପାଇଁ କାମ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସ ଲଢ଼େଇ କରୁଛି । ସାରା ଦେଶରେ କିଭଳି ରାଜୁତି କରିହେବ ସେଥିପାଇଁ ବିଜେପି ଲଢ଼େଇ କରୁଛି । ଆଉ ଆଂଚଳିକ ସ୍ତରରେ ରାଜନୈତିକ ଦଳଗୁଡ଼ିକ କିଭଳି ତିଷ୍ଠି ରହିପାରିବେ ସେଥିପାଇଁ ଲଢ଼େଇ କରୁଛନ୍ତି । ସେ ସ୍ୱାଧୀନତା ସଂଗ୍ରାମ ସମୟ ଓ ଜରୁରୀକାଳୀନ ସ୍ଥିତି ପରବର୍ତୀ ସମୟର ରାଜନୈତିକ ଦୃଶ୍ୟପଟ୍ଟ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । କିଭଳି ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହେରୁଙ୍କ ଭଳି ବିଦେଶରେ ପାଠପଢ଼ିଥିବା ବ୍ୟକ୍ତି ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଆଗେଇ ଆସିଥିଲେ ସେ ବିଷୟରେ ଆଲୋଚନା କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ପରବର୍ତୀ ସମୟରେ କିଭଳି ଅନେକ ତୁଙ୍ଗ ନେତାଙ୍କ ଅଭ୍ୟୁଦୟ ହୋଇଥିଲା ସେ ବିଷୟରେ ମଧ୍ୟ ଶ୍ରୀ ପାତ୍ର ଆଲୋଚନା କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ଅନୁଶୀଳନକାରୀ ତଥା ରଣନୀତି ପରାମର୍ଶଦାତା ମାରୁଫ୍ ରାଜା ଉଦବୋଧନ ଦେଇ ଯେଉଁ ଭଳି ଭାବେ କାଶ୍ମୀର ପ୍ରସଙ୍ଗକୁ ସରକାର ମୁକାବିଲା କରୁଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେ କହିଛନ୍ତି ଯେ ସରକାର କେବଳ ଗୋଟିଏ ଝଟ୍‌କାରେ କିଭଳି ଧାରା ୩୭୦କୁ ହଟାଇ ହେବ ସେଥିପାଇଁ ଯୋଜନା କରିଥିଲେ ।

ଏହା ପରେ ଜାମ୍ମୁ ଓ କାଶ୍ମୀର କିଭଳି ବିକାଶ ହେବ କିମ୍ବା ଏହା କିଭଳି ଆଗକୁ ବଢ଼ିବ ସେ ନେଇ ସରକାରଙ୍କ କୌଣସି ବଳିଷ୍ଠ ଯୋଜନା ନାହିଁ । ଏଭଳି କୌଣସି ବ୍ଲୁ ପ୍ରିଂଟ୍‌ ସରକାର ତିଆରି କରିନାହାନ୍ତି । ବହୁ ଲୋକଙ୍କ ପାଇଁ କାଶ୍ମୀର କେବଳ ଧନ୍ଦା ହୋଇ ରହିଯାଇଛି ବୋଲି ସେ କହିଛନ୍ତି । ଆପ୍‌ନା ଭାରତ ମୋର୍ଚାର ସଭାପତି ଅଶୋକ ତନୱାର କହିଛନ୍ତି ଯେ ଓଡ଼ିଶାରେ ସ୍ଥାପନ କରାଯାଇଥିବା ଅନୁଷ୍ଠାନ ଆଇପିଇଇଏମ୍ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଦେଶ ଲାଗି ଭବିଷ୍ୟତର ରାଜନୈତିକ ନେତା ତିଆରି କରିବ । ଏହି ଅନୁଷ୍ଠାନରେ ଉଦୀୟମାନ ନେତାମାନଙ୍କୁ ସମ୍ପୂର୍ଣ୍ଣ ରାଜନୈତିକ ପରିଚାଳନା ବ୍ୟବସ୍ଥ। । ବୁଝିବା ଲାଗି ସହାୟତା ପ୍ରଦାନ କରାଯିବ । କିଭଳି ରାଜନୈତିକ ରଣନୀତି ପ୍ରସ୍ତୂତ କରାଯାଏ ତାହା ଶିଖାଯିବ । ଏହା ରାଜ୍ୟରେ ଅନେକ ରାଜନୈତିକ ବ୍ୟବସାୟୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରାଜନୀତିରେ ପଛୁଆ ଥିବା ଯୁବକଯୁବତୀ, ମହିଳା ଓ ଉପେକ୍ଷୀତ ବର୍ଗର ଲୋକମାନେ କିଭଳି ପ୍ରଯୁକ୍ତିକୁ ବ୍ୟବହାର କରି ପ୍ରତିଷ୍ଠିତ ରାଜନେତାମାନଙ୍କ ସହ ସମକକ୍ଷ ହୋଇପାରିବେ ସେହି ଶିକ୍ଷା ଏହି ଅନୁଷ୍ଠାନରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଆଇପିଇଇଏମ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ କୈଳାସ ସିଂହ କହିଛନ୍ତି ଯେ ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଛି ରାଜନୀତିରେ ପ୍ରବେଶ କରିବାକୁ ଚାହୁଥିବା କିମ୍ବା ରାଜନୀତିର ଅଂଶ ହେବାକୁ ଚାହୁଥିବା ଆଗ୍ରହୀ ଲୋକମାନଙ୍କୁ ଏହି ଅନୁଷ୍ଠାନରେ ସମୃଦ୍ଧ କରାଯିବ ।

ନୂଆ ରାଜନେତାମାନେ ସଂହତି, ରାଜନୈତିକ ମୂଲ୍ୟବୋଧ ଓ ଉତମ ପ୍ରଶାସନକୁ ଭଲ ଭାବେ ବୁଝିପାରିବେ । ସେମାନେ ଏଠାରୁ ବାହାରିବା ପରେ ସରକାର ଓ ଦଳକୁ ଉତମ ଉପଦେଶ ଦେଇପାରିବେ ଏବଂ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ତୁଲାଇ ପାରିବେ । ଏହି ଅବସରରେ ଡକ୍ଟର ଡି କେ ଗିରିଙ୍କ ଦ୍ୱାରା ଲିଖିତ ପୁସ୍ତକ “ଡୁନଟ୍‌ ଲାଫ୍ ଆଟ୍ ପଲିଟିକ୍ସ’କୁ ମାନ୍ୟଗଣ ଅତିଥିମାନେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପିଏମ୍‌ଓର ପୂର୍ବତନ ନିର୍ଦେଶକ ସତ୍ୟ ନାରାୟଣ ସାହୁ, ରାଜନୈତିକ ପ୍ରବକ୍ତା ଅଭୟ ଦ୍ୱିବେଦୀ, ରାଜନେତ୍ରୀ ମନୋଜା ମଂଜରି ଦେବୀ, ସୁମାକର ସେଂଟର ଦିଲ୍ଲୀର ନିର୍ଦେଶକ ଡକ୍ଟର ଡି କେ ଗିରି, ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ରାଜନୈତିକ ବକ୍ତା ଦେବ ପ୍ରସାଦ ଦାଶ, ପଲିଟେକ୍‌ର ସଦସ୍ୟ ଶିଶିର ମିଗଲାନି, ଓଡ଼ିଶା ବିଧାନସଭାର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ଅର୍ଥମନ୍ତ୍ରୀ ଅମ୍ବିକା ପ୍ରସାଦ କାନୁନଗୋ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ରାଜନେତା ପ୍ରଦୀପ କୁମାର ମାଝି, ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ପ୍ରଫୁଲ କୁମାର ସାହୁ, ବିଧାୟକ, ସଂଜୀବ ମଲ୍ଲିକ, ଭିନ୍ନକ୍ଷମ କମିସନର ସୁଲୋଚନା ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନେତାଜୀ ଅଭିନନ୍ଦନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡବ୍ଲୁଏସଆରସିର ପୂର୍ବନ ନିର୍ଦେଶିକା ଡକ୍ଟର ଉର୍ମିଳା ଦାସ, ବିଏସୟୁର ଇଂରାଜି ବିଭାଗ ମୁଖ୍ୟ ପ୍ରଫେସର ଦିପ୍ତୀ ପଟ୍ଟନାୟକ ଓ ହରିଷ ବିଜୁର ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version