No Result
View All Result

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜିଲ୍ଲା ସଂଗଠନ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ସଂସ୍କାର ଭାରତୀ, ଉତ୍କଳ ପୂର୍ବ ପ୍ରାନ୍ତର ଉପାଧ୍ୟକ୍ଷ ଶ୍ରୀ ନିତାଇ ଚରଣ ନନ୍ଦଙ୍କ ସଭାପତିତ୍ୱରେ ଏହି ସଭାରେ ସମ୍ମାନିତ ଅତିଥି ରୂପେ ସହ କ୍ଷେତ୍ର ପ୍ରମୁଖ ଶ୍ରୀ ଗଦାଧର ବାରିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ନୟାଗଡ଼ ନଗର ଶାଖା ସଂଚାଳକ ଶ୍ରୀ ଦୟାନିଧି ରଥ ଯୋଗଦେଇଥିଲେ ।

ନୟାଗଡ଼ ଜିଲ୍ଲା କମିଟି ଗଠନ ପ୍ରକ୍ରିୟାରେ ଅଧ୍ୟକ୍ଷ ରୂପେ ଶ୍ରୀ ଦେବୀ ପ୍ରସାଦ ସାମନ୍ତରାୟ, ଉପାଧ୍ୟକ୍ଷ ଭାବରେ ଶ୍ରୀ ଶାନ୍ତନୁ ବିଷୋୟୀ, ମହାମନ୍ତ୍ରୀ ରୂପେ ଶ୍ରୀ ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଭାବରେ ଶ୍ରୀ ପ୍ରତୀକ ପ୍ରୟାଂଶୁ ଦାସ, ସାହିତ୍ୟ କଳା ସଂଯୋଜିକା ଭାବରେ ଶ୍ରୀମତୀ ଜୟଶ୍ରୀ ଦେବୀ, ଦୃଶ୍ୟକଳା ସଂଯୋଜିକା ଭାବରେ ଶ୍ରୀମତୀ ଗୀତା ସାହୁ, ଐତିହ୍ୟ କଳା ସଂଯୋଜକ ଭାବରେ ଶ୍ରୀ ହିମାଦ୍ରୀ କୁମାର ମହାରଣା, ପ୍ରାଚୀନ କଳା ସଂଯୋଜକ ଭାବରେ ଶ୍ରୀ ସଞ୍ଜୟ କୁମାର ସାହୁ ଏବଂ ଲୋକକଳା ସଂଯୋଜକ ଭାବରେ ଶ୍ରୀ ଭଗବାନ ମାଣ୍ଡୋଇ ଙ୍କୁ ଚୟନ କରାଯାଇଥିଲା ।

ଅତିଥି ମାନେ ସଂସ୍କାର ଭାରତୀର କାର୍ଯ୍ୟାବଳୀ ଉପରେ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ଉପସ୍ଥାପନା କରିଥିବା ବେଳେ ସଂସ୍କାର ଭାରତୀର ଉତ୍କଳ ପୂର୍ଵ ପ୍ରାନ୍ତର ଦୃଶ୍ୟକଳା ସଂଯୋଜକ ଡକ୍ଟର ସ୍ଥିତଧୀ ରଥ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଧେୟ ଗୀତରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମିଳିତ ଭାବେ ବନ୍ଦେ ମାତରଂ ଗାୟନରେ ସମାପ୍ତ ହୋଇଥିଲା । ପରିଶେଷ ରେ ନବ ନିର୍ବାଚିତ ମହାମନ୍ତ୍ରୀ ଶ୍ରୀ ପ୍ରଶାନ୍ତ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result