ମୋବାଇଲ ପାଇଁ ଭାଇର ଛୁରୀ ମାଡର ଭାଇ ମୁତ୍ୟୁ : ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତଜାରୀ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ବୈପାରୀଗୁଡା :- ସାମାନ୍ଯ ମୋବାଇଲ ଫୋନକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ତଗୋଳ ହେବା ପରେ ଭାଇକୁ ଛୁରୀ ସହାର୍ଯ୍ୟତାରେ ଭାଇ ଆକ୍ରମଣ କରିଥିବା ନେଇ ବୈପାରିଗୁଡା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବାର ଜଣାପଡିଛି ! ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମରେ !

ତେବେ ଘଟଣାର ପ୍ରକୃତ ତଥ୍ୟ ଜାଣିବା ପାଇଁ ଦଶମନ୍ତପୁର ଗ୍ରାମରେ ପହଁଞ୍ଚିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ! ତେବେ ଘଟଣାଟି ଘଟିବା ପରେ ପରିବାର ପକ୍ଷରୁ ପ୍ରଥମେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! ଗୁରୁତର ଥିବା ରୁ ଅଧିକ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା !

 

ମିଳିଥିବା ସୂଚନାନୁଯାୟୀ ଗତ କାଲି ରାତିରେ ମୋବାଇଲ ଫୋନକୁ ନେଇ କାହ୍ନୁ ଚରଣ ପ୍ରଧାନୀ ଓ ତାଙ୍କ ସାନଭାଇ ଲଷ୍ମୀକାନ୍ତ ପ୍ରଧାନୀ ମଧ୍ୟରେ ବଚସା ହୋଇଥିଲା ! ଲଷ୍ମୀକାନ୍ତ ଓ ବଡ଼ଭାଇ କାହ୍ନୁ ଚରଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଚାଲିବା ପରେ ଲଷ୍ମୀକାନ୍ତ ଏକ ଛୁରୀ ସାହାୟ୍ଯରେ ବଡ଼ଭାଇଙ୍କୁ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ । ସାଇଣ୍ଟିଫିକ୍ ଟିମ୍ ସହ ବୈପାରିଗୁଡା ଆଇଆଇସି ଈଶ୍ବର ତାଣ୍ଡି ଦଶମନ୍ତପୁର ଗ୍ରାମକୁ ଯାଇ ତଦନ୍ତ କରିଥିବାର ଜଣାପଡିଛି  !