No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ବରଗଡ଼ :- ସମସ୍ତଙ୍କ ସହଯୋଗ ରହିଲେ ବରଗଡ଼ର ପଞ୍ଚାୟତ ଡିଗ୍ରୀ କଲେଜ ହେବ ରାଜ୍ୟର ଶିକ୍ଷା ହବ୍ ‘ମୋ କଲେଜ’ ଅଧ୍ୟକ୍ଷ ବରଗଡ଼, ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଗୁରୁବାର ଦିନ ବରଗଡ଼ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ । ମୋ କଲେଜ ଅଭିଯାନ ଅଧୀନରେ ଯୋଡ଼ିହୋଇ ଏହି ଉଚ୍ଚ ଶିକ୍ଷାନୁଷ୍ଠାନର କିପରି ବ୍ୟାପକ ଉନ୍ନତି ହୋଇପାରିବ ସେ ବିଷୟରେ ଶ୍ରୀ ଦାସନାୟକ କଲେଜ କର୍ତ୍ତୃପକ୍ଷଙ୍କ ସମେତ ବର୍ତ୍ତମାନ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଭିତରେ ସେବା ଏବଂ ନେତୃତ୍ୱ ନେବାର ମନୋଭାବ ରହିବା ଉଚିତ ।
ତେଣୁ କଲେଜ ଜୀବନରୁ ହିଁ ଭବିଷ୍ୟତର ନେତୃତ୍ଵ ଭାବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ରାଜ୍ୟ ତଥା ଦେଶର ଅର୍ଥନୀତିର ଉନ୍ନତି ପାଇଁ ସେମାନେ ନିଜର ଦକ୍ଷତା ବୃଦ୍ଧି କରିବା ମଧ୍ୟ ଆବଶ୍ୟକ , ଏହି ଅବସରରେ କହିଥିଲେ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକଶ ଦାସନାୟକ । ଏଥିସହ ସେ ବର୍ତ୍ତମାନ ଏବଂ ପୁରାତନର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ବରଗଡ଼ ପଞ୍ଚାୟତ ଡିଗ୍ରୀ କଲେଜକୁ ରାଜ୍ୟର ଏକ ଶିକ୍ଷା ହବରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ସେ କଲେଜ ପରିସରରେ’ତପସ୍ୱିନୀ’ ଉଦ୍ୟାନର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ପୁରାତନ ଛାତ୍ର ତଥା ବରଗଡ଼ର ମାନ୍ୟବର ବିଧାୟକ ଶ୍ରୀ ଦେବେଶ ଆଚାର୍ୟ୍ୟ ଯୋଗଦେଇ କହିଥିଲେ, ପଞ୍ଚାୟତ ଡିଗ୍ରୀ କଲେଜକୁ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଜରୁରୀ । ଏହା ଫଳରେ ବର୍ତ୍ତମାନ ଏବଂ ଆଗାମୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆହୁରି ଉଜ୍ଜ୍ୱଳମୟ ହୋଇପାରିବ ।
No Result
View All Result