No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବରଗଡ଼ :- କରୋନା ପ୍ରକୋପ ସହ ବିଶ୍ୱ ସମୁଦାୟ ରେ ଶାନ୍ତିର ଆହ୍ୱାନ କରି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମ ପଞ୍ଚାୟତ ର କୁଲୁତା ଟିକ୍ରା ପୁଆଲପୁଡା ଗ୍ରାମବାସୀ ଗୁରୁବାର ଗୀତାଯଜ୍ଞ କରି ହୋମ ପୂର୍ଣ୍ଣାହୁତି ଦେଇଛନ୍ତି । ଗତ ବର୍ଷ କରୋନା କବଳରେ ବିଶ୍ୱର ଜନସାଧାରଣ ଡହଳ ବିକଳ ହେଉଥିବା ବେଳେ ଏହି ଗ୍ରାମବାସୀ ବିଶ୍ୱବାସୀଙ୍କୁ ଶାନ୍ତି ମୈତ୍ରୀ ଫେରାଇ ଆଣିବାକୁ ଆରମ୍ଭ କରିଥିଲେ ଶ୍ରୀମତ ଭଗବତ ଗୀତା ଯଜ୍ଞ ।

ଏହାକୁ ପାଥେୟ କରି ଚଳିତ ବର୍ଷ ବି ଅନବରତ ଗୀତ ପାଠ ହୋମ ଯଜ୍ଞ କରି ପ୍ରତି ବର୍ଷ କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ନଭେମ୍ବର ୨୨ତାରିଖ ଆରମ୍ଭ ହୋଇଥିଲା ଏହି ଯଜ୍ଞ । ଚଳିତ ବର୍ଷ ରାଜେନ୍ଦ୍ର ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୁଭଳୟା ଭୋଇ କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ପଣ୍ଡିତ ରାକେଶ ମିଶ୍ରଙ୍କ ନେତୃତ୍ୱରେ ସପ୍ତ ପଣ୍ଡିତ ମନ୍ତ୍ରପାଠ କରିଥିଲେ ।

No Result
View All Result