No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ଗ୍ର୍ରାମର ରାଜପ୍ରତିଷ୍ଠିତ ଶ୍ରୀ ଗୋପୀନାଥଦେବ ପୀଠରେ ଆଜି ଠାରୁ ପଞ୍ଚୁକ ନତବ୍ରତ ବିଧି ଅନୁଯାୟୀ ପାଳନ କରାଯାଇଛି । ବ୍ରତଧାରୀ ଓ କିଶୋର ବାଳକମାନେ ନୀତି ଓ ନିଷ୍ଠାର ସହ ପୂଜା ଓ ବ୍ରତଧାରଣ କରିଥିଲେ । ପ୍ରାତଃ ସମୟରେ ମନ୍ଦିର ପ୍ରାଙ୍ଗଣରେ ପୋଥୀ ପଢ଼ା ହେବା ସହ ଫୁଙ୍ଗୁଳା ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ବାଲୁଙ୍କେଶ୍ୱର ଭାଇ ହରଗୌରୀଙ୍କ ନିକଟରେ ପୂଜାବିଧି କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଧରଣୀଧର ତ୍ରିପାଠୀ, ସୁବାସ ମହାପାତ୍ର, ଉମାଶଙ୍କର ମିଶ୍ର, ପୁର୍ଣ୍ଣଚନ୍ଦ୍ର ସାହୁ, ଶଙ୍କର ସାହୁ, ଗଗନ ଦାସ,ସୌମ୍ୟରଞ୍ଜନ ଦାସ, ଭିକାରୀ ବେହେରା, ପୁରୁଷୋତ୍ତମ ନିଃଶଙ୍କ ଓ ବ୍ରଜମୋହନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ପଞ୍ଚୁକରେ ପ୍ରାଚୀନ ପରମ୍ପରା ଅନୁଯାୟୀ କାର୍ତ୍ତିକ ଏକାଦଶୀ ତିଥି ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବା ସହ ରାସ ପରିବେଷଣ କରାଯିବ ବୋଲି ଉଦ୍ୟକ୍ତାମାନେ ପ୍ରକାଶ କରିଛନ୍ତି ।
No Result
View All Result