No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) ବରଗଡ଼ :- ଉତ୍ତର ଭାରତରେ ପ୍ରସିଦ୍ଧ ଛଟ୍ ପର୍ବ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ପର୍ବରେ ଏଠାରେ ବସବାସ କରୁଥିବା ଉତ୍ତର ଭାରତୀୟ ଭାଇ ଭଉଣୀ ମାନେ ଏହି ପର୍ବ ରେ ସମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବାର ର ମଙ୍ଗଳ ମନାସି ଘରର ସ୍ତ୍ରୀ ଓ ପୁରୁଷ ମାନେ ନିର୍ଜଳା ଉପବାସ କରି ଷଷ୍ଠୀ ତିଥିରେ ଅସ୍ତଗାମୀ

ସୂର୍ଯ୍ୟ ଦେବତାଙ୍କୁ ଏବଂ ସପ୍ତମୀ ଦିନ ଉଦୟରତ ସୂର୍ଯ୍ୟ ଦେବତାଙ୍କୁ ଜଳାଶୟ ଗୁଡିକରେ ସ୍ନାନ ପରେ ଅର୍ଘ୍ୟ ଅର୍ପଣ କରିଥାନ୍ତି । ଆଜି ସ୍ଥାନୀୟ ରିଜର୍ଭ ପୋଲିସ କେନାଲ ଘାଟ ରେ ଏହି ପର୍ବ ପାଳନ କରାଯାଇଥିଲା । ବରଗଡ଼ ବିହାରୀ ଯୁବକ ସଂଘ ପକ୍ଷରୁ ଏହି ଉତ୍ସବ ର ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ବରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ଶତାଧିକ ବ୍ରତଧାରୀ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ ।

No Result
View All Result