No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ରାଜ୍ୟ ସରକାରଙ୍କ ଦ୍ୱାରା ୫ଟି ଅଧିନରେ ନିର୍ମାଣ ଚାଲିଥିବା ସ୍ମାର୍ଟ କ୍ଲାସ ଗୃହ ଓ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଚାଲିଥିବା ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ୫ଟିରେ ଘୋଷଣା କରିବା ପରେ ଦୃତ ଗତିରେ ୪ ମାସ ହେଲା ଚାଲିଛି ବିଦ୍ୟାଳୟର ଉନ୍ନତିକରଣ । ସ୍ମାର୍ଟ କ୍ଲାସ ଗୃହ ,ବଗିଚା , ହାତ ଧୋଇବା ସ୍ଥାନ , ଶୌଚାଳୟ ଗୃହ ଆଦି ପରିଦର୍ଶନ କରିଛନ୍ତି ଜିଲ୍ଲାପାଳଶ୍ରୀ ପଣ୍ଡା ।
କମ ଦିନ ମଧ୍ୟରେ ଏହା ଉଦଘାଟନ ହେବାକୁ ଥିବାରୁ ବାରମ୍ବାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅନାମ ଚରଣ ପାତ୍ର ଗସ୍ତ କରି ଏହାର ତଦାରଖ କରୁଛନ୍ତି । ବିଦ୍ୟାଳୟରେ କିପରି କାମ ହେଇଛି ଏହାକୁ ଦେଖିବାକୁ ରବିବାର ଦିନ ଜିଲ୍ଲାପାଳ ଶ୍ରୀ ପଣ୍ଡା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ରାଧିକା ଦଣ୍ଡସେନା,ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ।
ଏହି କାମର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ଯନ୍ତ୍ରୀ ହରେକୃଷ୍ଣ ସାହୁ । ଜିଲ୍ଲାପାଳ ଗ୍ରସ୍ତ ସମୟରେ ପିଣ୍ଡିକି ସିଧେଶ୍ଵରୀ ମହିଳା ସଂଘକୁ ଦିଆଯାଇଥିବା ୨ଶହଟି କୁକୁଡ଼ା ପାଳନ କେନ୍ଦ୍ର ବୁଲି ଦେଖିଥିଲେ ।
No Result
View All Result