
ରା -ଉଦୟଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା -ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍କା ଗାଁରେ l ଗାଁର କିଛି ମହିଳା ଗାଁ ନିକଟରେ ବହିଯାଉଥିବା ରାମନଦୀ ପାର ହୋଇ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ଗାଁର ସୁଲୋଚନା ମଣ୍ଡଳଙ୍କ ସ୍ତ୍ରୀ କବିତା ମଣ୍ଡଳ ଭାସିଯାଇ ଥିଲେ l
ତେବେ ମହିଳା ମାନେ ଗାଁକୁ ଆସି ଜଣାଇଥିଲେ l ସୂଚନା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ରା – ଉଦୟଗିରି ପୋଲିସ ପହଞ୍ଚି ନଦୀରୁ ମୃତ ଦେହ ଉଦ୍ଧାର କରିଥିଲେ l ତେବେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତ ଯୋଗାଇବା ପାଇଁ ସରପଞ୍ଚ ଜିଖରୀୟ ରଇତ ଅନୁରୋଧ କରିଛନ୍ତି ଅନ୍ୟପଟେ ଥାନା ସବିନ୍ସ୍ପେକଟର ଲକ୍ଷ୍ମଣ ବେଶ୍ରା ଅପମୃତୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି l

















