No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ବରଗଡ଼ :- 5ଟି ଅନ୍ତର୍ଗତ ମକ୍ତ ଯୋଜନା ଜରିଆରେ ବରଗଡ଼ ପୈାରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ବରେ 5ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା । ବରଗଡ଼ ଜିଲ୍ଲାପାଳ ଙ୍କ ଭିସି ହଲ୍ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସହର ରୁପାନ୍ତିକରଣ ପାଇଁ ଆବଶ୍ୟକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା ।
ଏଥିରେ ସହର ମଧ୍ୟରେ ବହିଯିଇଥିବା ଜୀରା ନଦୀ କଡ଼ରେ ରିଙ୍ଗ ରୋଡ ନିର୍ମାଣ,ଆଉଟ୍ ଡୋର ଷ୍ଟାଡିୟମ ନିର୍ମାଣ, ଆଧୁନିକ ପାର୍କ, ରାସ୍ତା ଡ୍ରେନ ନିର୍ମାଣ ର ଆବଶ୍ୟକତା ରହିଥିବା ଆଲୋଚନା ହୋଇଥିଲା । ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ର ଅଟକଳ କରାଯାଇଥିଲା ।
ଏହି ଆଲୋଚନାରେ ଜିଲ୍ଲାପାଳ ତଥା ବରଗଡ଼ ପୈାର ପରିଷଦ ର ଅଧକ୍ଷା ମୋନୀଷା ବାନାର୍ଜୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପୂର୍ବତନ ପୈାର ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ପୂର୍ବତନ ଉପଧ୍ୟକ୍ଷ । କଳ୍ପନା ମାଝୀ, ଜୟନ୍ତୀ ବୋହେରା, କିଶୋର ମିଶ୍ର,ଶ୍ରୀବତ୍ସ ଛତର,ଉମେଶ ପଣ୍ଡା,ରୋହିତ ବାରିକ,ଦିଲ୍ଲିପ ସିଉଡିଆ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result