ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ବରଗଡ଼ :- ବହୁ ଦିନ ଧରି ଆନ୍ଦୋଳନ,ବାଦ ବିବାଦ ପରେ ଆଜି ବରଗଡ଼ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁତ ଏହି ପ୍ରକ୍ରିୟା ରେ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶ୍ରେଣୀ ନିର୍ମାଣ ସଂସ୍ଥା ଏଥିରେ ବିଡ ଦାଖଲ କରିବାକୁ ସୂଚିତ କରାଯାଇଛି ।
କାର୍ଯ୍ୟାଳୟ ପତ୍ର ସଂଖ୍ୟାB-IV-H(H&D) 63/2020, No 41979/dt.9-11-21 ଅନୁଯାୟୀ ୭୧କୋଟି ୧୪ଲକ୍ଷ ୮୦ ହଜାର ୩୯୪ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା ଏହି ସେଣ୍ଟର୍ ର ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବରଗଡ଼ ତତ୍ବାବଧାରକ ରହିବେ । ୫ ମହଲା ବିଶିଷ୍ଟ ଏହି ଡାକ୍ତରଖାନା ୧ଲକ୍ଷ୩୬ ହଜର୫୦୮.୭୯ ବର୍ଗ ଫୁଟ ପରିଧି ମଧ୍ୟରେ ନିର୍ମାଣ ହେବ । ଯାହାକି ଦୁଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା କୁ ସୂଚିତ ହୋଇଛି ।