No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରିସରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ବିଜୁ ସ୍ଵାସ୍ଥ୍ୟ ବଣ୍ଟନ ପାଇଁ ସ୍ଥିରୀକୃତ ହୋଇଥିଲା । ତେବେ ମନ୍ତ୍ରୀଙ୍କ ବିଲମ୍ବ ଯୋଗୁଁ ସ୍ଥାନୀୟ ତହସିଲଦାର ତଥା ବ୍ଳକ ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଓ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତରେ ୧୩୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ବ୍ଳକର ୩୧୫୯୧ ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି ।
ନର୍ଲା ପଞ୍ଚାୟତ ପାଇଁ ୧୭୪୪ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । କାର୍ଡ ବଣ୍ଟନ ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି କାର୍ଯ୍ୟକ୍ରମରୁ ମନ୍ତ୍ରୀ ଟୁକୁନୀ ସାହୁ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂ ନର୍ଲା ବ୍ଳକକୁ ଆସୁଥିବା ସମୟରେ ନର୍ଲାଠାରେ ବିଜେପି ଓ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରିଥିଲେ । ଏହା ପୂର୍ବରୁ ବିଜେପି କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଶୋଭାଯାତ୍ରାରେ ବାହାରି ନର୍ଲା ବ୍ଳକ ସମ୍ମୁଖରେ ପହଞ୍ଚିବାରୁ ବିଜେଡ଼ି କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ନର୍ଲା ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।
No Result
View All Result