No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପଦ୍ମପୁର :- ଆସନ୍ତା ୧୨ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗ୍ରସ୍ତକୁ ଭାରତୟ ଜନତା ପାର୍ଟି ଜିଲ୍ଲା କୃଷକ ମୋର୍ଚ୍ଚା ତୀବ୍ର ବିରୋଧ କରିବ ବୋଲି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଆଜିଯାଏ ମୁହିଁ ବନ୍ଦ କରି ରଖିଥିବା ବେଳେ ବିଜେପୁର ଗ୍ରସ୍ତ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ୨୦୧୯ ରେ ବିଜେପୁର ବିଧାନ ସଭା ନିର୍ବାଚନ ଲଢି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ସେ ସମୟରେ ନିର୍ବାଚନ ପ୍ରଚାର ବେଲେ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତାଦଳ ତରଫରୁ ଯେଉଁ ସବୁ ପ୍ରତିଶୃତି ଦିଆ ଯାଇଥିଲା ତାହା ଆଜିଯାଏ ପୁରଣ ହୋଇ ପାରିଲା ନାହିଁ ।
ପନିପରିବାର ଉତ୍ପାଦନ ପାଇଁ ବିଜେପୁର ଅଞ୍ଚଳ ପ୍ରସିଦ୍ଧ ଥିବାବେଳେ ଗୋଟିଏ ମଧ୍ଯ ଶୀତଳ ଭଣ୍ଡାର ସ୍ଥାପନ କରାଗଲା ନାହିଁ , ନୁତନ ସିଏଚସି ସରକାର ଗଠନ କଲେ କିନ୍ତୁ କୌଣସି ଡାକ୍ତରଖାନାରେ ଡାକ୍ଟର ସରକାର ଯୋଗାଇଲେ ନାହିଁ, ଗତ ୪ ବର୍ଷ ବିଜେପୁର ଅଞ୍ଚଳର ଚାଷୀ ମାନେ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ହଜାର ହଜାର ଚାଷୀ ୨୦ ହଜାର ଟଙ୍କା ଜମା କରିଥିଲେ ମଧ୍ଯ ଆଜିଯାଏ ଏହା ପୂର୍ଣ୍ଣାଙ୍ଗ ହେଲା ନାହିଁ,ଧାନ କିଣାବିକାରେ ବେଲେ ବିଜେପୁର ଅଞ୍ଚଳ ସମସ୍ତ ମଣ୍ତିରୁ ମିଲର୍ସ ମାନେ ପ୍ରତି କ୍ବିଣ୍ଟାଲ ରୁ ୮ , ୧୦ କେଜି କଟନି ଛଟନି କରି ଚାଷୀଙ୍କୁ ଲୁଟ କରୁଥିବା ବେଲେ ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଲେ । ଏହି ସମସ୍ତ ପ୍ରମଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ତୀବ୍ର ବିରୋଧ କରାଯିବ ସହ ପ୍ରତିବାଦ ସ୍ବରୂପ କଲାପତା ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେବା ସହ ଏଥିପାଇଁ ଜିଲ୍ଲା କୃଷକ ମୋର୍ଚ୍ଚାର ଏକ ସ୍ଵତନ୍ତ୍ର ବୈଠକ ଆସନ୍ତା ତା ୧୧ ୵ ୧୧ ରିଖ ଦିନ ଶ୍ରୀ ମିଶ୍ର ବିଜେପୁର ପଥର୍ଲା ଗ୍ରାମରେ ଆହୁତ କରିଛନ୍ତି ।

No Result
View All Result