No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) କୋରାଇ :- କୃତି ପ୍ରତିଭାଙ୍କୁ ଶୁଭେଚ୍ଛା, ଅନ୍ୟମାନଙ୍କ ପାଇଁ ଉତ୍ସାହ ସୃଷ୍ଟି କରିବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ସବୁପିଲା ଉଦ୍ୟମ କରିବେ ବୋଲି ଆଜି କୋରାଇ ୟୁଥ କ୍ଲବ ପକ୍ଷରୁ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ୟୁଥ କ୍ଲବ ପକ୍ଷରୁ ଆଇଏଫଏସ ଓ ଓଏଏସରେ ସଫଳତା ପ୍ରାପ୍ତ କୋରାଇର ଦୁଇ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ପ୍ରକାଶ ପାଇଥିବା ଓଏଏସ ପରୀକ୍ଷାରେ କୋରାଇ ବ୍ଲକର ସାଦକପୁର ପଂଚାୟତ ବାରଦା ଗ୍ରାମର କିଶୋରକୁମାର ସାହୁଙ୍କ ପୁଅ ଅଙ୍କୁର ଅଭିଳାଷ ଦ୍ୱତୀୟ ର୍ୟାଙ୍କ ହାସଲ କରିଥିବା ବେଳେ ତୁଳତି ପଂଚାୟତ ଇସ୍ଲାମ୍ପୁର (ଜାଇତିରା) ଗ୍ରାମର ମହମ୍ମଦ ଆଇ. ଜେଡ୍ ଖାଁଙ୍କ ପୁଅ ମହମ୍ମଦ ଫତେହୁନ ଅଜିଜ୍ ଖାଁ ସର୍ବଭାରତୀୟ ସ୍ତରରେ ଏକମାତ୍ର ଓଡିଆ ଭାବରେ ୨୪ ର୍ୟାଙ୍କ୍ ହାସଲ କରିଛନ୍ତି ।

ଏହି ପ୍ରରିପ୍ରେକ୍ଷୀରେ ଆଜି କୋରାଇ ଉଚ୍ଚ ବିଦ୍ୟାଳୟ ଫତେହୁନ୍ ଅଜିଜ୍ ଖାନ୍ ସର୍ବଭାରତୀୟ ସ୍ତରରେ ଏକମାତ୍ର ଓଡିଆ ଭାବରେ ୨୪ ର୍ୟାଙ୍କ୍ ହାସଲ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଆଜି କୋରାଇ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ବିଶିଷ୍ଠ ସାହିତ୍ୟିକ ଡ. ସୂର୍ଯ୍ୟମଣି ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ପୂର୍ବତନ ଡ. ସାଂସଦ ରାମଚନ୍ଦ୍ର ଖୁଂଟିଆ ଯୋଗ ଦେଇଥିଲେ । କୋରାଇ ୟୁଥ କ୍ଲବର ସଭାପତି ସାହାବାଜ୍ ଖାଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଓ ଓଡିଶାସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ରବି ହୁସେନ୍ ଗାନ୍ଧୀ ଯୋଗ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଅଂଚଳର ବରିଷ୍ଠ ନାଗରିକ ଫୁରକାନ୍ ହଜାରୀ ଓ ତୁଳତି ସରପଂଚ ଦୀପ୍ତିମୟୀ କୁଅଁର ଯୋଗ ଦେଇଥିଲେ । ତେବେ ମିଳିଥିବା ସଫଳତା ପାଇଁ ସମସ୍ତ ଶ୍ରେୟ ନିଜ ବାପା, ମା, ଗୁରୁ ତଥା ସହପାଠୀଙ୍କ ଦେଇଥିବା ବେଳେ ଉଭୟ ପ୍ରତିଭା କୋରାଇ ମାଟିର ବିକାଶ ପାଇଁ କାମ କରିବେ ବୋଲି ଉତର ପ୍ରସଙ୍ଗରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ୟୁଥ୍ କ୍ଲବ୍ ପକ୍ଷରୁ ସେକ୍ ସାଫି ଉଲ୍ ହଜାରି, ତମ୍ଜିଦ୍ ମହମ୍ମଦ, ଜାହାଁବାଜ୍ ଖାଁ, ଅମନ ଖାଁ, ଇମ୍ରାନ୍ ଖାଁ, ଅଜମଲ୍ ଖାଁ, ମୁଖ୍ତାର ଅଲ୍ଲୀ, ସାଦିକ୍ ଖାଁ, ଚନ୍ଦନ ଖାଁଙ୍କ ସମେତ ରାକେଶ ମହାନ୍ତି, ମୁଜେବୁର୍ ରହେମାନ, ଜିତେନ୍ଦ୍ର ସିଂ, ଶ୍ରୀକାନ୍ତ ମହାନ୍ତି, ସେକ୍ କାଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜାହାଁବାଜ୍ ଖାଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

No Result
View All Result