କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆଗାମୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ାଇଛନ୍ତି । ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ଏବଂ ପ୍ରଶାସନିକ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମେତ ତାଙ୍କ ଅଧିନରେ ଥିବା ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ କରିବା ସହ ତୁରନ୍ତ ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ଚିଠି ରେ ଉଲ୍ଲେଖ ରହିଛି ।
















