ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ଭୁବନେଶ୍ୱର :- ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ସଭାପତି ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପାରମ୍ଭରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଯୋଗଦେଇ କହିଲେ ଯେ ସ୍ୱର୍ଗତ ଲୁଲୁ ବାବୁ ଜଣେ ନିର୍ଭୀକ, ଦୃଢ଼ମନା ନେତାଥିଲେ । ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ । କଂଗ୍ରେସ ଦଳ କିପରି ଅଧିକ ସଂଗଠିତ ଓ ଜନପ୍ରିୟ ହୋଇପାରିବ ସେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଶ୍ରୀ କାନୁନଗୋ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଶ୍ର୍ରୀମତୀ ବିଜୟଲକ୍ଷ୍ମୀ ସାହୁ କହିଲେ ଯେ ଲୁଲୁ ବାବୁ ତାଙ୍କ ରାଜନୀତି ସମୟ ମଧ୍ୟରେ ପ୍ରତ୍ୟେକ ମୂର୍ହତକୁ କଂଗ୍ରେସକୁ ସୁଦୃଢ଼ କରିବାରେ ବିନିଯୋଗ କରିଥିଲେ । ସେ ସାଲିସ ବିହୀନ ରାଜନୀତିରେ ବିଶ୍ୱାସ କରୁଥିଲେ । କଂଗ୍ରେସ ନେତୃବୃନ୍ଦ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ଜ୍ଞାନଦେବ ବେଉରା, ଗିରିଜା ଶଙ୍କର ଦାସ ପ୍ରମୁଖ ସ୍ମୃତିଚାରଣ କରି କହିଲେ ଯେ ଲୁଲୁ ବାବୁଙ୍କ ବ୍ୟକ୍ତିତ୍ୱ ଓ ସାଂଗଠନିକ ଶୈଳୀକୁ ଆଜିର ଯୁବ ସମାଜ ଗ୍ରହଣ କରିବା ଉଚିତ୍ ।
ତାଙ୍କର ସତ୍ୟବାଦୀତା ଓ ନିର୍ଭୀକତା ଯୁବକମାନଙ୍କୁ ଆକୃଷ୍ଟ କରୁଥିଲା । ବିଧାୟକ ଭାବରେ ସେ ନିଜ ଅଚଂଳରେ ବହୁ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ବୈଠକ ଶେଷରେ ଶ୍ରୀ ହିଂମାଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ସଂଯୋଜନାରେ କୁଆଖାଇ ନଦୀରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର, ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ଅମୀୟକାନ୍ତ ଦାସ, ଦୀପକ କୁମାର ସାହୁ, ସରୋଜ ପରିଡ଼ା, ସେକ୍ ମୁସ୍ତାଫା, ଦେବଦତ ଜେନା ଏବଂ ଶତାଧିକ କଂଗ୍ରେସ କର୍ମୀ ତିଳତର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଶ୍ୱଭୂଷଣ ଦାସ, ପ୍ରଦୀପ କୁମାର ଦାସ, ଘନଶ୍ୟାମ ମହାନ୍ତି, ମିଟୁ ମହାନ୍ତି, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ମନ୍ମଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ରଜତ ଚୌଧୁରୀ, ଯୋଗୀନାଥ ବାହୁବଳେନ୍ଦ୍ର, ଆଲୋକ ମହାନ୍ତି, କିର୍ତନାନନ୍ଦ ଦାସ, କନକ ମଲ୍ଲିକ, ସୁରେଶ ସାହାଣି, ତରୁଣକାନ୍ତ ମିଶ୍ର, ସଂକୁନା କହଁର, ଶ୍ରୀୟାସ୍ମତା ପଣ୍ଡା, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ସାଗର ପରିଡ଼ା, ନରେଶ ମହାନ୍ତି, ରବି ଆଚାର୍ଯ୍ୟ, ନିଙ୍କୁଜ ପଶାୟତ, ହଳଧର ସେଠୀ, ବିଶ୍ୱଜିତ ଦାସ, ଅକ୍ଷୟ ଦାସ, ଶ୍ରୀକାନ୍ତ ମଲ୍ଲିକ, ରାକେଶ ବାରିକ, ଅକ୍ଷୟ ସ୍ୱାଇଁ, ରିଜୁୱାନ ଅଲ୍ଲି ଖାନ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।