• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଡାଲମିଆ ସିମେଂଟ୍ ସହାୟତାରେ ମାସ୍କ ତିଆରି କରି ଲକଡାଉନରେ ମଧ୍ୟ ରୋଜଗାର କରିପାରୁଛନ୍ତି ଏସଏଚଜି ମହିଳା ଦୁଇ ମାସରେ ୧,୧୦,୦୦୦ ମାସ୍କ ତିଆରି ପାଇଁ ମିଳିଛି ବରାଦ – ରାଜଗାଙ୍ଗପୁର

Proprietor Abhimanyu Maharana by Proprietor Abhimanyu Maharana
April 28, 2020
in Uncategorized, ଓଡ଼ିଶା, ହୋମ୍
0
ଡାଲମିଆ ସିମେଂଟ୍ ସହାୟତାରେ ମାସ୍କ ତିଆରି କରି ଲକଡାଉନରେ ମଧ୍ୟ ରୋଜଗାର କରିପାରୁଛନ୍ତି ଏସଏଚଜି ମହିଳା ଦୁଇ ମାସରେ ୧,୧୦,୦୦୦ ମାସ୍କ ତିଆରି ପାଇଁ ମିଳିଛି ବରାଦ – ରାଜଗାଙ୍ଗପୁର
Share on FacebookShare on TwitterWhatsapp

ଭୁବନେଶ୍ୱର /ରିପୋର୍ଟ / ( ଓଡିଶା ତାଜା ନ୍ୟୁଜ୍‌ ) ମାସ୍କ ତିଆରି ପାଇଁ ମିଳିଛି ବରାଦ , ମଙ୍ଗଳବାର, ୨୮ଏପ୍ରିଲ :- ଭାରତର ଏକ ଅଗ୍ରଣୀ ସିମେଂଟ୍‌ ନିର୍ମାତା ତଥା ଡାଲମିଆ ଭାରତ ଗ୍ରୁପ୍‌ର ଅଂଶବିଶେଷ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ଼ ଏହାର କାରଖାନା ପାରିପାର୍ଶ୍‌କ ଅଂଚଳରେ ନିରନ୍ତର ଜୀବନଜୀବିକା କାର୍ଯ୍ୟକ୍ରମ ବିକଶିତ କରି ସମାଜକୁ ସଶକ୍ତ କରିବାର ବିଶ୍ୱାସ କରେ । ଏହି ଅଧୀନରେ ଡାଲମିଆ ସିମେଂଟ୍ ଟିମ ତରଫରୁ କୋରନା ସଂକ୍ରମଣ ଭଳି ମହାମାରୀ ସମୟର ଆବଶ୍ୟକତାକୁ ଆଖିରେ ରଖି, ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓ ଲାଞ୍ଜିବେର୍ଣ୍ଣା ଅଂଚଳରେ ଏକାଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ୫୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଫେସ ମାସ୍କ ତିଆରି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ପରେ ଏହି ମହିଳା ମାନେ ପେସାଦାର ଭାବେ ମାସ୍କ ଉତ୍ପାଦନ କାର୍ଯ୍ୟ ହାତକୁ ନେଇ ୧,୧୦,୦୦୦ ମାସ୍କ ଯୋଗାଇ ଦେବାର ବରାଦ ହାସଲ କରିଛନ୍ତି ।

ଆଗାମୀ ଦୁଇ ମାସ ଭିତରେ ଏ ସମସ୍ତ ମାସ୍କ ହସ୍ତାନ୍ତର କରାଯିବ । ଏହି ମାସ୍କ ଉତ୍ପାଦନ ପାଇଁ ଆବଶ୍ୟକୀୟ କଂଚାମାଲ ଯୋଗାଇବା ବ୍ୟତୀତ ଡାଲମିଆ ସିମେଂଟ୍ ଟିମ, ଏହି ମାସ୍କ ଗୁଡିକର ସାନିଟାଇଜେସନ ଏବଂ ପ୍ୟାକେଜିଙ୍ଗ ବ୍ୟବସ୍ଥା ମଧ୍ୟ ବୁଝୁଛି । ଏସଏଚଜି ଟିମ ତରଫରୁ ଦୈନିକ ପ୍ରାୟ ୪୦୦୦ ମାସ୍କ ତିଆରି କରାଯାଉଛି । ବର୍ତମାନ ସୁଦ୍ଧା ୩୩,୦୦୦ରୁ ଅଧିକ ମାସ୍କ ପ୍ରସ୍ତୁତ ହୋଇ ସାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ପ୍ରତି ଦେଶରେ ଚାଲିଥିବା ଲକଡାଉନ ହେତୁ ଲୋକମାନଙ୍କ ଜୀବିକାର୍ଜ୍ଜନର ସମସ୍ତ ସାଧନ ବନ୍ଦ ହୋଇ ପଡିଥିବା ବେଳେ, ଏହି ଅଭିଯାନ ଜରିଆରେ ସ୍ଥାନୀୟ ମହିଳା ମାନେ ଘରୁ କାମ କରି ରୋଜଗାର କରିପାରୁଛନ୍ତି । ଏହି ସନ୍ଦର୍ଭରେ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ଗୁପ୍ତା କହିଛନ୍ତି ଯେ, “ସ୍ଥାନୀୟ ସମ୍ପ୍ରଦାୟର ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଡାଲମିଆ ଭାରତ ତରଫରୁ ଦେଶରେ ଥିବା ଆମର ସମସ୍ତ କାରଖାନା ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଆମେ ମୌଳିକ ଜୀବନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛୁ । ଏହି ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ଏବଂ ଏହା ଯେଉଁଭଳି ଭାବେ ସାରା ଦେଶର କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରଭାବିତ କରିଛି, ତାହାକୁ ବିଚାରକୁ ନେଇ ମହିଳା ଏସଏଚଜିଗୁଡିକୁ ମାସ୍କ ତିଆରି ପ୍ରଶିକ୍ଷଣ ପ୍ରଦାନ କରିବାକୁ ନିଷ୍ପତିି ନେଇଥିଲୁ । ଆମର ଲକ୍ଷ୍ୟ ଥିଲା, ଲକଡାଉନ ପାଇଁ ଯେତେବେଳେ ଅନ୍ୟ ସବୁ ପ୍ରକାର ଆୟ ଉତ୍ସ ବନ୍ଦ ହୋଇଯାଇଛି, ସେତେବେଳେ ଏହା ସ୍ଥାନୀୟ ମହିଳାଙ୍କୁ ଆୟର ଏକ ସ୍ଥିର ଉତ୍ସ ପ୍ରଦାନ କରିବ ।

କୋଭିଡ-୧୯ ବିରୋଧ ଲଢେଇରେ ଦେଶକୁ ସହାୟତା ପ୍ରଦାନ କରିବା ପାଇଁ, ଏହି ଏସଏଚଜି ସଦସ୍ୟାମାନେ ୩୩,୦୦୦ ମାସ୍କ ହସ୍ତାନ୍ତର କରିସାରିଛନ୍ତି । ଡାଲମିଆ ଭାରତ ଫାଉଣ୍ଡେସନ ସହ କାର୍ଯ୍ୟ କରିବାର ଅଭିଜ୍ଞତା ବିଷୟରେ ଲାଞ୍ଜିବେର୍ଣ୍ଣା ଗ୍ରାମର ସୀମା ଏକ୍କା କହିଛନ୍ତି ଯେ, “ଏହି ଲକଡାଉନ ଅବଧିରେ ମଧ୍ୟ ଆମେ ଅର୍ଥ ଉପାର୍ଜନ କରି ଘର ଚଳାଇବା ପାଇଁ କମ୍ପାନୀ ତରଫରୁ ମାସ୍କ ତିଆରି ପ୍ରଶିକ୍ଷଣ ଦିଆଯାଇଛି । ଗୋଟିଏ ଦିନରେ ଏକ ଦଳ ଭାବେ ଆମେ ପାଖାପାଖି ୪୦୦୦ ମାସ୍କ ତିଆରି କରୁଛୁ । ଆମେ ଡାଲମିଆଭାରତ ଫାଉଣ୍ଡେସନକୁ ଧନ୍ୟବାଦ ଦେଉଛୁ ଯେ ଏଭଳି ଏକ ସମୟରେ ଆମକୁ ସହାଯ୍ୟ କରିଛି । ଆମେ ଘରୁ କାମ କରି ପରିବାରର ଆର୍ଥିକ ସ୍ୱଚ୍ଛଳତା ରକ୍ଷା କରିବାରେ ସମର୍ଥ ହୋଇଛୁ । ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ଆମେ ନିରନ୍ତର ଭାବେ ମାସ୍କ ତିଆରି ଜାରି ରଖି ଏହି ରୋଗ ବିରୋଧ ଲଢେଇରେ ଦେଶକୁ ସହାୟତା ଯୋଗାଇ ଦେବୁ ।’’ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ଼ ପକ୍ଷରୁ ସ୍ଥାନୀୟ ମହିଳା ଏବଂ ଏସଏଚଜି ସଦସ୍ୟାମାନଙ୍କୁ ସିଲାଇ, କପଡା ବ୍ୟାଗ ତିଆରି, ଫିନାଇଲ ତିଆରି ଏବଂ ଘରେ ଛତୁ ଚାଷ ଇତ୍ୟାଦି ଉପରେ ଜୀବନଜୀବିକା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଶିକ୍ଷଣ ପରେ ଏହି ମହିଳାମାନେ ପ୍ରତ୍ୟକ୍ଷରେ ବ୍ୟକ୍ତିଗତ ଭାବେ କିମ୍ବା ଏସଏଚଜି ଅଧୀନରେ ଦଳଗତ ଭାବେ ଏହି କାର୍ଯ୍ୟ ହାତକୁ ନେଇ ସେମାନଙ୍କ ଆୟ ବଢ଼ାଇପାରୁଛନ୍ତି । ଉପରଲିଖିତ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଲାଗି ଡାଲମିଆ ସିମେଂଟ୍ ତରଫରୁ ମହିଳା ଏସଏଚଜିଗୁଡିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ପୁନଶ୍ଚ, ସେମାନଙ୍କ ଉତ୍ପାଦିତ ସାମଗ୍ରୀ (ଫିନିସଡ଼ ପ୍ରଡକ୍ଟ)ର ପ୍ରଦର୍ଶନ ଏବଂ ବିକ୍ରି ପାଇଁ କମ୍ପାନୀ ତରଫରୁ ସେମାନଙ୍କ ପାଇଁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁରରେ ଥିବା ସ୍ଥାନୀୟ ବଜାର ପରିସରରେ ଏକ ସ୍ଥାନ ଯୋଗାଇ ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

‘କୁହୁଡ଼ି’ ରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 16, 2026
ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ଦଶପଲ୍ଲା ନୂତନ କର୍ମକର୍ତ୍ତା ନିର୍ବାଚନ ଚୟନ ବୈଠକ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version