No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ଆନୁକୁଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଉଦ୍ଘାଟନ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତଅତିଥି ଭାବେ ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ,
ସମ୍ବଲପୁରୀ ଓ ଅନ୍ୟାନ୍ୟ ନୃତ୍ୟକୁ ପ୍ରଶଂସା କରିଥିଲେ । ସୁଶ୍ରୀତା ମିଶ୍ରଙ୍କ ଓଡ଼ିଶୀ ଡ୍ୟାନ୍ସ ମନମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମକୁ ବିଶ୍ୱଜିତ୍ ମହାପାତ୍ର ଓ ପ୍ରହଲ୍ଲାଦ ଖଟୁଆ ପରିଚାଳନା କରିଥିଲେ ।
No Result
View All Result