କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ସମବାୟ ସମିତିରେ ନୂତନ ସମ୍ପାଦକ ନିଯୁକ୍ତ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ଢେଙ୍କାନାଳ :- ଓଡ଼ିଶା ତାଜା ନିୟୁଜ୍ (୩ ନଭେମ୍ବର ବୁଧବାର) ଢେଙ୍କାନାଳ:- ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ତୁମୁଁସିଙ୍ଗା ସମବାୟ ସମିତିରେ ପୂର୍ବତନ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ସାହୁଙ୍କ ଅବସର ପରେ ପଦବୀ ଖାଲି ପଡିଥିଲା । ଆଜି ବିଧିବଦ୍ଧ ଭାବେ ସମ୍ପାଦକ ପଦରେ ନିଯୁକ୍ତି ପାଇଛନ୍ତି ସହ ସମ୍ପାଦକ ଶ୍ରୀ ରାଧାମୋହନ ସାମଲ ।

ଆଜି ସମବାୟ ସଭାପତି ଦାୟିତ୍ୱରେ ଥିବା ପରିଚାଳକ ଶ୍ରୀ ଅବକାଶ ବେହେରା ଶ୍ରୀ ସାମଲଙ୍କୁ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲେ।ସେ ତା୧୪-୭-୨୦୦୦ ମସିହାରେ ଏହି ସମବାୟ ସମିତିର ଚପରାସି ପାହ୍ୟାରେ ଚାକିରୀ କ୍ଷେତ୍ରରେ ଯୋଗ ଦେଇଥିଲେ । ନିଜର ବଳିଷ୍ଠ ପ୍ରଦର୍ଶନ ଦ୍ୱାରା ସଫଳତା ହାସଲ କରି ପରବର୍ତ୍ତୀ ସମୟରେ କ୍ଯାସିଅର, ସହ ସମ୍ପାଦକ ହୋଇଥିଲେ ।

୨୦୧୩ ମସିହାରୁ ସେ ସହ ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଥିଲେ । ନିଜର ଉତ୍ତମ ବ୍ୟବହାର ପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ପ୍ରୀତି ଭାଜନ ହୋଇପାରିଛନ୍ତି । ସମବାୟ ସମିତିର ଉନ୍ନତି ନିମନ୍ତେ ଯଥାସମ୍ଭବ ଚେଷ୍ଟା କରିବା ପାଇଁ ସେ ପ୍ରକାଶ କରିଛନ୍ତି ।