No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ନିୟମଗିରି ପାହାଡ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ତାଡିଝୁଲାରେ ଜଳ ସଙ୍କଟ ଦେଖାଦେଇଛି।ପାନୀୟ ଜଳ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ଓ ଅର୍ଥର ବାଟ ମାରଣା ଯୋଗୁଁ ଛଅ ମାସ ମଧ୍ୟରେ ପାଣି ପାଇପ ବାରମ୍ବାର ଫାଟିବା ସହିତ ଷ୍ଟକ୍ ଟାଙ୍କିର ଅବ୍ୟବସ୍ଥା ଯୋଗୁଁ ବାରମ୍ବାର ପାଇପ ଯୋଗେ ପାଣିରେ ସାପ ଆସି ଗାଁ ପାଣିଟାଙ୍କିରୁ ମଲା ସାପ ବାହାରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ପରେ ଯନ୍ତ୍ରୀ ପିତାମ୍ବର ହେମ୍ରମ କହିଥିଲେ ଯଦି ଟାଙ୍କିରେ ବାରମ୍ବାର ସାପ ବାହାରୁଛି ତେବେ ଏଥର ଟାଙ୍କିରେ ବିଷ ପକାଇ ଦିଅ ବୋଲି ମନ୍ତବ୍ୟ ଦେଇଥିବା ଗାଁର ଜାମୁ ଗଉଡ଼ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଶ୍ରୀ ହେମ୍ରମଙ୍କ ଏହିପରି ମନ୍ତବ୍ୟଙ୍କୁ ଶୁଣି ଗାଁ ଲୋକେ ଦୁଃଖ ପ୍ରକାଶ କରିଛନ୍ତି।ଏହି ଜଳ ସଙ୍କଟକୁ ନେଇ ଗଣମାଧ୍ୟମ ସମ୍ମୁଖରେ ଗାଁ ଲୋକେ ବାରମ୍ବାର ଅଭିଯୋଗ କରି ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୧୦ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଯନ୍ତ୍ରୀ କିମ୍ବା ବ୍ଳକ ପ୍ରଶାସନ ନିରବ ସାଜିଛନ୍ତି।
ସୂଚନା ମୁତାବକ ନିୟମଗିରି ପାହାଡର ପାଦ ଦେଶରେ ଥିବା ଏହି ତାଡିଝୁଲା ଗ୍ରାମରେ ନଳକୂପ ନାହିଁ କି ଆଖ ପାଖରେ ନାଳ କି ଝରଣା ବି ନାହିଁ।ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି।ଏନେଇ ବାରମ୍ବାର ଅଭିଯୋଗ ପରେ ୨୦୧୯-୨୦ ବର୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରାୟ ୨ କିଲୋମିଟର ଦୂର କୁନାକାଡୁ ଗାଁ ଝରଣାରୁ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ଯୋଗେ ଗାଁକୁ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି ।ମାତ୍ର ନିର୍ମାଣର ୬ ମାସ ଠିକ ଭାବେ ଗାଁକୁ ଜଳ ଯୋଗାଣ ହେବା ପରେ ବାରମ୍ବାର ପାଇପ ଫାଟିଯିବା ଯୋଗୁଁ ଗତ ୬ ମାସ ହେଲା ପାଇପରେ ପାଣି ଆସୁନାହିଁ।ନିମ୍ନ ମାନର ପାଇପ ବିଭିନ୍ନ ସ୍ଥାନରେ ଫାଟିବା ଓ କୁନାକାଡୁରେ ତିଆରି ହୋଇଥିବା ଷ୍ଟକ୍ ପାଣି ଟାଙ୍କି ସାମ୍ନାରେ
ଦିଆଯାଇ ଥିବା ନିମ୍ନ ମାନର ଲୁହା ଜାଲି ନଷ୍ଟ ହୋଇଯାଇଛି।ଫଳରେ ସେହି ପାଇପରେ ଆବର୍ଜନା ପାଣି ସହିତ ଦୁଇ ଦୁଇ ଥର ସାପ ଆସି ଗାଁରେ ଲାଗିଥିବା ସିଣ୍ଟେସ୍କ ପାଣି ଟାଙ୍କିରୁ ବାହାରି ନ ପାରି ମରି ଦୁର୍ଗନ୍ଧ ହୋଇ ଟାଙ୍କିରେ ପଡି ରହିଥିବା ବେଳେ ସେହି ପାଣି ପିଇବା ପରେ ଲୋକେ ଜାଣିପାରି ପାଣିଟାଙ୍କି ସଫାକରିବାକୁ ପଡୁଥିବା ପ୍ରକାଶ କରିଛନ୍ତି । ଗତ ନଭେମ୍ବର ୨୦୨୦ ଓ ଚଳିତ ବର୍ଷ ଜାନୁଆରୀ ମାସରେ ଦୁଇ ଦୁଇ ଥର ମଲା ସାପ ପାଇପରେ ଆସି ପାଣିଟାଙ୍କିରେ ବାହାରିବାରୁ ପ୍ରାୟ ୧ ମାସ ସେହି ପାଣି ବ୍ୟବହାର କରି ନ ଥିଲେ ଗ୍ରାମବାସୀ।ଗାଁରେ ପାଣିଟାଙ୍କି ସହିତ ଫିଲଟର ମେସିନ ମଧ୍ୟ ଲଗାଯାଇଛି । କିନ୍ତୁ ପାଇପଟି ଫାଟି ଯାଇଥିବା ଯୋଗୁଁ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ।ଏନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ପିତାମ୍ବର ହେମ୍ରମ ଓ ବ୍ଳକ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି ଏବେ ପୁଣି ଗାଁରେ ଜଳସଙ୍କଟ ଦେଖା ଦେଇଛି ।ଏହି ଗାଁ ସମସ୍ୟା ପ୍ରତି ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
No Result
View All Result