No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) କଳାହାଣ୍ଡି :- ଗାଁ ଭିତରେ ବୁଲିଛି ଜଙ୍ଗଲୀ ଭାଲୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ବସ୍ତି ଭିତରେ ଏକ ଜଂଗଲୀ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଥିଲେ । ଭାଲୁଟି ରାତି ପ୍ରାୟ ସାଢେ଼ ୯ ଟା ସମୟରେ ନିକଟରେ ଥିବା ପୋଖରୀ ହୁଡା ଶବରପଡା ଗଲି ଦେଇ ପୁଣି ଜଙ୍ଗଲ ପଟେ ଚାଲି ଯାଇ ଥିବା ଜଣାପଡିଛି । ଗତ ବର୍ଷ ମଧ୍ୟ ଆମପାଣି ବୁଢ଼ା ରାଜଙ୍କ ମନ୍ଦିର ପରିସରରେ ଏକ ଜଂଗଲୀ ଭାଲୁ ଆସିଥିବା ଲୋକେ ଦେଖିବାକୁ ପାଇ ଥିଲେ ।
ହେଲେ ରାତିରେ ଭାଲୁଟି ଗାଁ ଭିତରକୁ ଚାଲିଆସି ବୁଲୁଥିବା ବେଳେ କିଛି ଲୋକ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଛନ୍ତି । ଏହାକୁ ଦେଖି ଲୋକଙ୍କ ମନରେ ଭୟର ବାତା ବରଣ ସୃଷ୍ଟି ହୋଇଛି।ଅନ୍ୟ ପକ୍ଷରେ ସାହାଜ ଖୋଲ ଜଙ୍ଗଲ କାଠ ମାଫିଆଙ୍କ ଯୋଗୁଁ ପଦା ହେବାକୁ ବସିଲାଣି । ଯାହା ଫଳରେ ଜଂଗଲୀ ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
No Result
View All Result