• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାଗବତ କଥାମୃତର ଆନ୍ତର୍ଜାତିକ ଆଭାସି ଲୋକାର୍ପଣ

Proprietor Abhimanyu Maharana by Proprietor Abhimanyu Maharana
February 17, 2022
in ଓଡ଼ିଶା, କଟକ, ଦେଶ, ମହାନଗର, ହୋମ୍
0
ଭାଗବତ କଥାମୃତର ଆନ୍ତର୍ଜାତିକ ଆଭାସି ଲୋକାର୍ପଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ୱର / ଟରୋଣ୍ଟୋ / ରୋଡ୍‍ସ ଆଇଲାଣ୍ଡ / ଲଣ୍ଡନ / ଡବ୍‍ଲିନ୍‍ / ଘୋଳପୁର,,କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ : – ପ୍ରଖ୍ୟାତ କବି ଏବଂ ଆଧ୍ୟାତ୍ମିକ ସାଧକ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ରଚିତ କାବ୍ୟ ଭାଗବତ କଥାମୃତର ନିକଟରେ ଆନ୍ତର୍ଜାତିକ ଆଭାସି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟରୋଣ୍ଟୋର ବିଦ୍ୟା ପବ୍ଲିସିଂ ଇଙ୍କ‍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଶ୍ରୀମଦ୍‍ ଭଗବତର ୬୫ଟି ଉପାଖ୍ୟନକୁ ସନ୍ନିବେଶିତ କରାଯାଇଛି । ୭୩ବର୍ଷ ବୟସ୍କ ଲେଖକ ଶ୍ରୀ ଦାସ ତାଙ୍କର ଏହି ଅନବଦ୍ୟ, ଅନନ୍ୟ ଓ ଅସାଧାରଣ ସର୍ଜନାରେ ଭଗବାନଙ୍କର ଅପାର ଲୀଳା ଏବଂ ଅପରୂପ ମହିମାକୁ ବେଶ୍‍ ସହଜ, ସୁନ୍ଦର, ସରଳ ଓ ସାବଳୀଳ ଶୈଳୀରେ ଉପସ୍ଥାପନ କରିଥିବା ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଥିଲେ ।


ସମ୍ମାନନୀୟ ଅତିଥି ଡଃ ପ୍ରସନ୍ନ ପାଟ୍ଟଶାଣୀ, ଡଃ ଇତିରାଣୀ ସାମନ୍ତ ଓ ଡଃ ପ୍ରଦୀପ କୁମାର ମିଶ୍ର ମିଳିତ ଭାବେ ବହିଟିକୁ ପ୍ରଦର୍ଶନ ପୂର୍ବକ ଉନ୍ମୋଚନ କରିଥିଲେ । ସାରସ୍ୱତ ସଭାକୁ ବିଦ୍ୟା ପବ୍ଲିସିଂର ପ୍ରତିଷ୍ଠାତା ଡଃ ସୁନନ୍ଦା ମିଶ୍ର ପଣ୍ଡା ଏବଂ ଅଧ୍ୟକ୍ଷ ଡଃ ତନ୍ମୟ ପଣ୍ଡା ଅତ୍ୟନ୍ତ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ ।

 

ସ୍ୱାଗତ ଭାଷଣ ପ୍ରଦାନ କରି ଡଃ ସୁନନ୍ଦା ମିଶ୍ର ପଣ୍ଡା, ମୋହ, ମାୟା, ଆକାଂକ୍ଷା ଓ ଅହଁକାର ଆଦି ପ୍ରବୃତ୍ତିକୁ ଦୂର କରି ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବା ଭାଗବତ ଦର୍ଶନର ମୂଳ ଭିତ୍ତି ବୋଲି ଦର୍ଶାଇଥିଲେ । ଓଡ଼ିଶାର ସାହିତ୍ୟ, ସଂସ୍କୃତିର ସ୍ୱତନ୍ତ୍ରତାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ବିଦ୍ୟା ପବ୍ଲିସିଂର ମୂଳ ଲକ୍ଷ ବୋଲି ଡଃ ତନ୍ମୟ ପଣ୍ଡା ଉଲ୍ଲେଖ କରିଥିଲେ । ବିଶ୍ୱ ସାହିତ୍ୟରେ ଓଡ଼ିଶାର ଭାଷାନ୍ତର ଏବଂ ବିସ୍ମରୀୟ ହୋଇଯାଉଥିବା କୃତିଗୁଡ଼ିକର ପୁନରୁତ୍‍ଥାନ ତଥା ଅଜଣା ପ୍ରତିଭାଙ୍କୁ ପରିଚିତି ପ୍ରଦାନ କରିବା ପାଇଁ ତାଙ୍କର ପ୍ରକାଶନ ସଂସ୍ଥା ପ୍ରାଥମିକତା ଦେଉଥିବା ଡଃ ପଣ୍ଡା ସୂଚାଇଥିଲେ ।

ସମାବେଶକୁ ସମ୍ବୋଧନ କରି ଡଃ ପ୍ରସନ୍ନ ପାଟ୍ଟଶାଣୀ ଏହି ପୁସ୍ତକ ଦ୍ୱାରା ଲେଖକ ପଣ୍ଡବ ଚରଣ ଦାସ ଓଡ଼ିଆ ସାହିତ୍ୟରେ ପୁରାଣ, ପରମ୍ପରା, ଧର୍ମ, ଐତିହ୍ୟ ଓ ଆଧ୍ୟାତ୍ମିକ ଚେତନାର ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଥିବା କହିଥିଲେ । ସାହିତ୍ୟ ଓ ଲୋକ ସଂସ୍କୃତିର ଗବେଷକ ଡଃ ପ୍ରଦୀପ କୁମାର ମିଶ୍ର, ଭାଗବତ ମୃତ୍ୟୁ ଚେତନା ଏବଂ ମାନବ ଜୀବନର ମୁକ୍ତି ପଥର କାହାଣୀ ବୋଲି ଉଲ୍ଲେଖ କରିଥିଲେ ।


ଏହି ଭକ୍ତି ଗ୍ରନ୍ଥ ନିତ୍ୟ ପଠନୀୟ, ଶ୍ରବଣୀୟ, ସ୍ମରଣୀୟ, ପାଳନୀୟ ଓ କରଣୀୟ ବୋଲି ଡଃ ମିଶ୍ର ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଡଃ ଇତିରାଣୀ ସାମନ୍ତ ସାଧାରଣ ଲୋକଙ୍କ ପାଖରେ ସ୍ରଷ୍ଟାର ସୃଷ୍ଟି ପହଞ୍ଚିପାରିଲେ ଏବଂ ଏହା ତା’ ପାଇଁ ବୋଧଗମ୍ୟ ହେଲେ ସୃଷ୍ଟି ସଂରଚନାର ଉଦ୍ଦେଶ୍ୟ ସାର୍ଥକ ହୁଏ ବୋଲି ଦର୍ଶାଇଥିଲେ ।

ବହିର ଲେଖକ ପାଣ୍ଡବ ଚରଣ ଦାସ, ସମଗ୍ର ଭାଗବତ ନମ୍ରତା ଓ ଅହଁକାର ଭଳି ଦୁଇଟି ମାତ୍ର ଶବ୍ଦକୁ କେନ୍ଦ୍ର କରି ରଚିତ ବୋଲି ପ୍ରକାଶ କରିଥିଲେ । ଭାଗବତର ଗୁଢ଼ ତତ୍ତ୍ୱକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାଷାରେ ବର୍ଣ୍ଣନା କରି ଶ୍ରୀ ଦାସ ଅହଁକାରକୁ ପରିତ୍ୟାଗ କରି ବ୍ୟକ୍ତି ମଧ୍ୟରେ ନମ୍ରତା ସ୍ୱଭାବ ଜାଗ୍ରତ ହେଲେ ସେ ଭଗବତ ସତ୍ତାକୁ ଲାଭ କରିଥାଏ ବୋଲି କହିଥିଲେ । ଶିକ୍ଷାବିତ୍‍ ଜୀତେନ୍ଦ୍ର କର ପ୍ରତିଭାଧାରୀ ପାଣ୍ଡବଙ୍କର ସୁଲେଖା ତାଙ୍କୁ ବିଶ୍ୱଭରି ସ୍ୱୀକୃତି ପ୍ରଦାନ କରିଥିବା ଉଲ୍ଲେଖ କରିଥିଲେ ।

ଆୟାରଲାଣ୍ଡରେ ଅବସ୍ଥାପିତ ଲେଖକଙ୍କର କନ୍ୟା ଶ୍ରୀମାରାଣୀ ଦାସ ପିତାଙ୍କର ରଚନା ‘ଓଡ଼ିଶା ମାଟିରେ ଜନମ ଆମର ଓଡ଼ିଆ ମାତୃଭାଷା’ ଗାନ କରିଥିଲେ । ଧୀରେନ୍ଦ୍ର କର ଭାଗବତ ଓଡ଼ିଆ ଜାତି, ସାହିତ୍ୟ ଓ ଅସ୍ମିତାର ପରିଚୟ ବୋଲି କହିଥିଲେ । ଲେଖକଙ୍କର ବୋହୂ ଜୀଲୁ ଦାସ ତାଙ୍କର ଶ୍ୱଶୁର ସତ୍ୟ, ନ୍ୟାୟ ଓ ନିଷ୍ଠାକୁ ଜୀବନର ସହଯାତ୍ରୀ କରିଥିବା ସୂଚାଇଥିଲେ ।

ଏହି ଅବସରରେ ଆମେରିକାରୁ ଚନ୍ଦ୍ରା ମିଶ୍ର, ବାହାରିନ୍‍ରୁ ସୁବାସ ସାହୁ, ମୁମ୍ବଇରୁ ଧର୍ମେନ୍ଦ୍ର କର ଓ ବେଙ୍ଗାଲୁରୁର ପ୍ରଦୀପ କୁମାର ସାହୁ, ଲେଖକ ଓ ପ୍ରକାଶକଙ୍କୁ ସାଧୁବାଦ ଜଣାଇଥିଲେ । ଭାଗବତକୁ ଘରେ ଘରେ ପହୁଞ୍ଚାଇବା ୟୁ.କେର ଶ୍ରୀଜଗନ୍ନାଥ ସୋସାଇଟି ଦ୍ୱାରା ସ୍ଥାପିତ ଭାବତ ଟୁଙ୍ଗୀର ଲକ୍ଷ୍ୟ ବୋଲି ଡଃ ଜୟଶ୍ରୀ ନନ୍ଦ ପ୍ରକାଶ କରିଥିଲେ । ପ୍ରାରମ୍ଭରେ କିଟ୍‍ ଓ କିସ୍‍ର ସଂସ୍କୃତି ନିର୍ଦ୍ଦେଶକ ଡଃ ଅବନ୍ତିକା ପଟ୍ଟନାୟକ,

ବେଦ ମନ୍ତ୍ର ପାଠ କରି ସମଗ୍ର ପରିବେଶକୁ ଭକ୍ତିପୂତ କରିବା ସହିତ ଦର୍ଶକମାନଙ୍କୁ ଐଶ୍ୱରିକ ଉତ୍ସ୍ୱାସକୁ ଆସ୍ୱାଦନ କରିବାର ଅପାସୋରା ସୁଯୋଗ ସୃଷ୍ଟି କରିଥିଲେ । ୟୁ.କେସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟି ଦ୍ୱାରା ପରିଚାଳିତ ଭାଗବତ ଟୁଙ୍ଗୀ ଏବଂ କାନାଡ଼ାସ୍ଥିତ କାଁସା କଲଚରାଲ ସେଣ୍ଟରର ମିଳିତ ସହଯୋଗରେ ଆୟୋଜିତ ଏହି ଲୋକାର୍ପଣ ଅଧୀବେଶନ ଶେଷରେ ଅକ୍ଷୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


 

ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମୁମ୍ବାଇରୁ ଉଦୀୟମାନ କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ଏବଂ ଭୁବନେଶ୍ୱରରୁ ପ୍ରସିଦ୍ଧ ଗାୟକ କୈଳାସ ବୈଷ୍ଣବଙ୍କର ମର୍ମସ୍ପର୍ଶୀ ଭଜନ ପରିବେଷଣ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବସନ୍ତ କୁମାର ପଣ୍ଡା, ଡଃ ପ୍ରକାଶ ଦେ, ସୁଶାନ୍ତ କୁମାର ପଟ୍ଟୁ, ଦିପ୍ତୀ ରଞ୍ଜନ ଦେ, ରୋଜାଲୀନ ପାଟ୍ଟଶାଣୀ ମିଶ୍ର, ସୁଶ୍ରୀ ମହାନ୍ତି, ସୁଭଦ୍ରା ଦାସ, ଭାରତଭୂଷଣ ଦାସ ଏବଂ ବିଭୁତିଭୂଷଣ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଡିଜିଟାଲ ମଞ୍ଚରେ ବିଶ୍ୱର ବହୁ ଦେଶର ପ୍ରବାସୀ ଓଡ଼ିଆ ଏବଂ ଜଗନ୍ନାଥ ପ୍ରେମୀ ଜନସାଧାରଣ ଯୋଗଦେଇଥିବା ଦେଖାଯାଇଥିଲା ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version