ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ,୨୭ ଏପ୍ରିଲ, ସୋମବାର :- ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ କୋଭିଡ୍-୧୯ ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇରେ ସହଯୋଗ କରିବା ପାଇଁ ଭାରତ ସରକାରଙ୍କୁ ୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦିଲ୍ଲୀ ଏନ୍ସିଆର୍ ଓ ଚେନ୍ନାଇରେ ଜାରି ରହିଥିବା ଅଭିଯାନର କାର୍ଯ୍ୟକାରୀତା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସହ ସହଭାଗିତା କରାଯାଇଛି । ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ, ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇ ଓ ବିଏମ୍ଡବ୍ଲ୍ୟୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍ର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ କୋଭିଡ୍-୧୯ ବିରୋଧରେ ଲଢେଇରେ ଯୋଗଦାନ ଦେଇଛନ୍ତି । ଚେଙ୍ଗାଲପଟ୍ଟୁରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ଚେନ୍ନାଇ ପ୍ଲାଂଟ୍ ନିକଟରେ ଆମେ ଗଭର୍ଣ୍ଣମେଂଟ୍ ଜେନେରାଲ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଏକ ଆଇସୋଲେଶନ ୱାର୍ଡ ନିର୍ମାଣରେ ଅଂଶଗ୍ରହଣ କରିବୁ ।
ଦିଲ୍ଲୀ ଏନ୍ସିଆର୍ ଓ ଚେନ୍ନାଇରେ ଚିକିତ୍ସା ସୁବିଧା ପାଇଁ କ୍ରିଟିକାଲ କେୟାର ଉପକରଣ ଓ ସେବା ପ୍ରଦାନ କରାଯିବ । ଦିଲ୍ଲୀ ଏନ୍ସିଆର୍ ଓ ଚେନ୍ନାଇରେ ଫ୍ରଂଟ୍ଲାଇନ୍ ମେଡିକାଲ କର୍ମଚାରୀ ଓ ଆଇନ୍ ପ୍ରଣୟନକାରୀ ସଂସ୍ଥାଗୁଡିକ ପାଇଁ ପର୍ସନନାଲ ପ୍ରୋଟେକ୍ସନ ଇକ୍ୟୁପମେଂଟ୍ (ପିପିଇ) ଯୋଗାଇ ଦିଆଯିବ । ଚେନ୍ନାଇ ଓ ଦିଲ୍ଲୀ ଏନ୍ସିଆର୍ସ୍ଥିତ ପ୍ଲାଂଟ୍ ଆଖପାଖରେ ରହୁଥିବା ଆର୍ଥିକ ଦୁର୍ବଳ ବର୍ଗର ଲୋକମାନଙ୍କ ପୋଷଣ ପାଇଁ ଏହି ଅଭିଯାନର ଅଂଶ ଭାବେ ପାଣ୍ଠି ଯୋଗାଇ ଦିଆଯିବ । କୋଭିଡ୍-୧୯ ମହାମାରୀ ମଧ୍ୟରେ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ଭାରତରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଅଫିସ୍ଗୁଡିକରେ ‘ୱର୍କ ଫ୍ରମ୍ ହୋମ୍’ ବା ଘରୁ କାମ କରିବା ସୁବିଧା କାର୍ଯ୍ୟକାରୀ କରାଯାଇଛି । ସେହିପରି ଚେନ୍ନାଇସ୍ଥିତ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ପ୍ଲାଂଟ୍ରେ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍ପାଦନ କାର୍ଯ୍ୟକୁ ବନ୍ଦ ରଖାଯାଇଛି ।