• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାହାରିନ ଓଡ଼ିଆ ସମାଜର ଲିଟିଲ ଇଣ୍ଡିଆ ମହୋତ୍ସବରେ ଯୋଗଦାନ

Proprietor Abhimanyu Maharana by Proprietor Abhimanyu Maharana
February 17, 2022
in ଓଡ଼ିଶା, ଦେଶ, ବିଶ୍ଵ, ମନୋରଞ୍ଜନ, ମହାନଗର, ହୋମ୍
0
ବାହାରିନ ଓଡ଼ିଆ ସମାଜର ଲିଟିଲ ଇଣ୍ଡିଆ ମହୋତ୍ସବରେ ଯୋଗଦାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଅକ୍ଟୋବର ବୁଧବାର ) ଭୁବନେଶ୍ଵର ,,କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ  :- ଦ୍ବୀପପୁଞ୍ଜର ରାଷ୍ଟ୍ର ବାହାରିନ ଠାରେ ଗତ ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ‘ଲିଟିଲ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ୍’ ପ୍ରବଳ ଆନନ୍ଦ, ଆଗ୍ରହ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି । ସପ୍ତାହବ୍ୟାପୀ ଚାଲିଥିବା ଏହି ମହାସମାରୋହକୁ ବାହାରିନ ଅଥରିଟି ଅଫ କଲଚର ଏଣ୍ଡ ଆଣ୍ଟିକ୍ବିଟିଜ୍ (ବାକା), ବାହାରିନ ସ୍ଥିତ ଭାରତୀୟ ଦ୍ବତାବାସ (ଇଓଆଇବି), ବାହାରିନର ବିଭିନ୍ନ ସାଂସ୍କୃତିକ ସଂଘ ଏବଂ ବାହାରିନ ଓଡ଼ିଆ ସମାଜ (ବସ୍) ସମେତ ସେଠାକାର ଭାରତୀୟ ସଂପ୍ରଦାୟ ଗୁଡ଼ିକଙ୍କର ସଂଗଠନ ମାନଙ୍କର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା ।

ଲିଟିଲ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ , ଭାରତ ଓ ବାହାରିନ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ଏହି ଅନନ୍ୟ ଓ ଅସାଧାରଣ ମହୋତ୍ସବ କୁ ସମ୍ବୋଧନ କରି ବାକାର ସଭାପତି ମହାମାନ୍ୟା ଶେଖା ମାଇ ବିନ୍ତ ମହମ୍ମଦ ଆଲ ଖଲିଫା, ଭାରତ ଓ ବାହାରିନର ଇତିହାସ ଓ ଐତିହ୍ୟ ମଧ୍ୟରେ ଥିବା ଅସାମାନ୍ୟ ସାମଞ୍ଜସ୍ୟ ଏହି ଦୁଇଟି ରାଷ୍ଟ୍ରକୁ ପରସ୍ପରର ନିକଟ ଓ ନିବିଡ଼ତର କରିବା ସହିତ ଆମର ସମ୍ମିଳିତ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ମହାର୍ଘ ସୁଯୋଗ ପ୍ରଦାନ କରିଆସୁଛି ବୋଲି ଦର୍ଶାଇଥିଲେ । 

ମାନାମାର ବାବ ଆଲ ବାହାରିନ ସୁକ ଠାରେ ଆୟୋଜିତ ଏହି ବିରାଟ ଓ ଭବ୍ୟ ଉତ୍ସବରେ ବାହାରିନ ଓଡ଼ିଆ ସମାଜ ଗତ ଅକ୍ଟୋବର ୧୭ ତାରିଖରେ ଅଂଶ ଗ୍ରହଣ କରିଥିଲା । ସମାବେଶକୁ ସମ୍ବୋଧନ କରି ବସ୍ ର ସଭାପତି ଦୀନେଶ ମହାନ୍ତି , ବାହାରିନ ଓଡ଼ିଆ ସମାଜକୁ ଏଭଳି ସମ୍ମାନସ୍ପଦ ବିଶ୍ବ ମଞ୍ଚରେ ଭାଗ ନେବାର ସୁଯୋଗ ଦେଇଥିବାରୁ ବାକା ଓ ଇଓଆଇବି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶେଷ କରି ଓଡ଼ିଶାର ଉତ୍କୃଷ୍ଟ ସାଂସ୍କୃତିକ ଐତିହ୍ୟ ଏବଂ ମହାନ୍ କଳା ଚାତୁର‌୍ୟ୍ୟକୁ ପ୍ରଦର୍ଶନ କରିବାର ଅବସର ଦେଇଥିବାରୁ ଶ୍ରୀ ମହାନ୍ତି ଆୟୋଜକ ମାନଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଥିଲେ । ଏହି ଅବସରରେ ବସ୍ ର ପ୍ରତିଭା ସମ୍ପନ୍ନ ଓ ପାରଦର୍ଶୀ କଳାକାର ମାନେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସଂରଚନା ଏବଂ ଢ଼େମସା, ଡାଲଖାଇ ଓ ରଙ୍ଗବତୀ ଆଦି ଲୋକନୃତ୍ୟ ଓ ସଙ୍ଗୀତକୁ ଆଧାର କରି ‘ନୃତ୍ୟ’ ଶୀର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ।

ରାତ୍ରର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଚାଲିଥିବା ଏହି ସୃଜନଶୀଳ ସାଂସ୍କୃତିକ ପର୍ବକୁ ଦର୍ଶକ ମାନେ ବେଶ ମନଭରି ଉପଭୋଗ କରିବା ସହିତ ଏହା ଦ୍ବାରା ମନ୍ତ୍ରମୁଗ୍ଧ ହୋଇଥିବା ଦେଖାଯାଇଥିଲା ।
ଲବ୍ଧ ପ୍ରତିଷ୍ଠ ନୃତ୍ୟଶିଳ୍ପୀ ନନ୍ଦିନୀ ଦାଶ, ପ୍ରିୟମ୍ବଦା ସାହୁ ଏବଂ ମିନତୀ କୁମାରୀ ସାହୁ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସୁନାମଧନ୍ୟ ଲୋକନୃତ୍ୟ କଳାକାର ଇପ୍ସିତା ନାୟକ, ନିବେଦିତା ନନ୍ଦ, ଅଙ୍କିତା ନାୟକ, ସାଗରିକା ମହାନ୍ତି, ଶିବଶ୍ରୀ ଦାସ, ପ୍ରଭାକର ପାଢ଼ୀ, ଲକ୍ଷ୍ମୀକାନ୍ତ ନନ୍ଦ, ଶାରଦା ପଟ୍ଟନାୟକ, ଅମରେଶ ପଣ୍ଡା ଓ ଦୀପକ ସାହୁ ପ୍ରମୁଖ ଆଦିବାସୀ ଲୋକନୃତ୍ୟ ଢେମସା ପରିବେଷଣ କରିଥିଲେ ।

ଉଦୀୟମାନ କଳାକାର ଯଶସ୍ୱୀ ଜେନା, ଆଦିତି ସାହୁ ଓ ଅନୁଶ୍ରୀ ପାଢ଼ୀ, ଲୋକପ୍ରିୟ ରଙ୍ଗବତୀ ଓ ଡାଲଖାଇ ନୃତ୍ୟ ମଞ୍ଚସ୍ଥ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ । ସୁଦକ୍ଷ ଉପସ୍ଥାପିକା ଅର୍ପିତା ସାହୁ ସାଂସ୍କୃତିକ ପ୍ରସ୍ତୁତି ଗୁଡ଼ିକର ବେଶ ସୁଚାରୁ ଋପେ ସଂଯୋଜନା କରିଥିଲେ । ବସ ର ସାଧାରଣ ସମ୍ପାଦକ ଜୟଦୀପ ଜେନା ଅଂଶ ଗ୍ରହଣକାରୀ କଳାକାର ମାନେ ସେମାନଙ୍କର ଅଦ୍ଭୂତପୂର୍ବ ପ୍ରତିଭା ପ୍ରଦର୍ଶନ କରି ଉତ୍ସବକୁ ବିପୁଳ ଭାବରେ ସଫଳ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ବସ୍ ର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବାହାରିନ ରେ ଅବସ୍ଥାପିତ ଭାରତବର୍ଷର ରାଷ୍ଟ୍ରଦୂତ ମହାମାନ୍ୟ ଶ୍ରୀ ପୀୟୂଷ ଶ୍ରୀବାସ୍ତବଙ୍କର ପତ୍ନୀ ଶ୍ରୀମତୀ ମୋନିକା ଶ୍ରୀବାସ୍ତବ ଏବଂ ବିଭିନ୍ନ ଦେଶର କୂତନୈତିକ କର୍ମକର୍ତ୍ତା ମାନେ ବିଶିଷ୍ଟ ଅତିଥି ଭାବେ ସମାରୋହରେ ସାମିଲ ହୋଇ ବସ ର କଳାକାର ମାନଙ୍କୁ ଆଶୀର୍ବାଦ କରିବା ସହିତ ଖୁବ୍ ପ୍ରେରଣା ଯୋଗାଇ ଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

March 7, 2026
ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

କଲ୍ୟାଣପୁର ଆଦିବାସୀ ବସ୍ତିରେ ହୋଲି ଉତ୍ସବ ଅନୁଷ୍ଠିତ

March 7, 2026
ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version