No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତ ରେ ମା ଘାଗୁଡି ଦେବୀ ଯୁବକ ସଂଘ ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଦୁର୍ଗା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ସମ୍ମାନୀତ ଅତିଥି ଭାବେ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ନୂଆଗାଁ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତ ରାୟ,ସ୍ଥାନୀୟ ସମିତି ସଭ୍ୟ ବିଭୂତି ଭୂଷଣ ବେହେରା ,

ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା , ଯୁବ ଉପ ସଭାପତି ବିଭୂତି ଭୂଷଣ ପ୍ରଧାନ , ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ , ମାଇଛେଳି ପଞ୍ଚାୟତ ବିଜେଡ଼ି ସଭାପତି ଦାଶରଥି ପ୍ରଧାନ, ଗୁମୀ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଘାଗୁଡି ଦେବୀ ଯୁବକ ସଂଘ ର ସଭାପତି ସଞ୍ଜୀବ କୁମାର ଡାକୁଆ ପରିଚାଳନା କରିଥିଲେ । ସେହିପରି ଭାବେ ମାଇଛେଳି ପଞ୍ଚାୟତ କାଣି ଗିରି ଗ୍ରାମ ରେ ଅନୁଷ୍ଠିତ ଦୁର୍ଗାପୂଜା ରେ ଦଶପଲ୍ଲା ବିଧାୟକ ଯୋଗଦେଇ ମା ଙ୍କୁ ଭକ୍ତିପୂତ ପ୍ରଣାମ କରିବା ସହ ଆଶୀର୍ବାଦ ନେଇଥିଲେ ।

No Result
View All Result