No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ବରଗଡ :- ବରଗଡ଼ ସହରର ୱାର୍ଡ଼ ନଂ-୫ ବିଚ୍ ରାସ୍ତାରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପଥରରେ ଛେଚି ଯୁବକ କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ବରଗଡ଼ କେଶବ ନଗର ନିବାସୀ ଆକାଶ ଭଇଁସା ଏବଂ ନିଗମାନନ୍ଦ ବିହାର ନିବାସୀ ସୁରୁବାବୁ ବାଗ । ଅଭିଯୁକ୍ତଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଦଫା ୩୦୨ରେ ଏକ ହତ୍ୟା ମାମଲା ( ନଂ.୪୮୧/୨୧) ରୁଜୁ କରିଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସ୍ଥାନୀୟ ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ଟାଉନ ପୋଲିସ ସାମ୍ବାଦିକ ଙ୍କୁ ସୂଚନା ଦେଇ ବରଗଡ଼ ସହର ସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପାଖରେ ବିଚ୍ ରାସ୍ତାରେ ଭଟଲି ଅଞ୍ଚଳର ଅଲେଖ ଭୁଏଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲା ।
ମୃତକଙ୍କ ଜ୍ୱାଇଁ ନିମେଇଁ ଭୋଇ ମୃତଦେହ ଚିହ୍ନଟ ପରେ ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରାଯାଇଥିବା ନେଇ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଉପରୋକ୍ତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଗିରଫ ୨ ଅଭିଯୁକ୍ତଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରିଥିଲା । ଜେରା ବେଳେ ଗିରଫ ଅଭିଯୁକ୍ତ ମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ବୀକାର କରିଛନ୍ତି ବୋଲି ପୋଲିସ କହିଛି । ବଚସା ହେବାରୁ ନିଶାସକ୍ତ ଅବସ୍ଥାରେ ସେମାନେ କଂକ୍ରିଟ ପଥରରେ ମୃତକଙ୍କ ମୁଣ୍ଡରେ ପଥର ଛେଚି ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ପୋଲିସ ଆଗରେ କହିଛନ୍ତି। ପରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଂକ୍ରିଟ ପଥର ଜବତ କରିଛି । ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ଏହାର ଅଧିକ ତଦନ୍ତ କରୁଛନ୍ତି ।

No Result
View All Result