No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବରଗଡ଼ ଜିଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ ଙ୍କ ଜରିଆରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉଦେଶ୍ଯରେ ବହୁସୁତ୍ରୀ ଦାବି ଆଧାରିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ସେମିଷ୍ଟାର୍ କୁ ଚାପ ଯୁକ୍ତ ବୋଲି ଦର୍ଶାଯିବା ସହ ଉକ୍ତ ସେମିଷ୍ଟାର୍ କୁ ବାତିଲ୍ ଅଥବା ଘୁଞ୍ଚାଇ ଦେବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।
ଦଶ ଦିନ ମଧ୍ୟରେ ଯଦି ଏହାର ନିରାକରଣ କରାନଯାଏ ତେବେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରେ ଓହ୍ଲାଇଲେ ଏବଂ ଇତିହାସ ର ପୁନରାବୃତ୍ତି ଘଟିଲେ ସେଥିପାଇଁ କେବଳ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦାୟୀ ହେବେ ବୋଲି ସ୍ପଷ୍ଟ କରାଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଙ୍କ ନେତୃତ୍ୱ ରେ ଏହି ପ୍ରତନିଧି ମଣ୍ଡଳୀ ରେ ନୀତିଶ ସୁନା, ଶଙ୍କର ସାହୁ, ତୋଷବନ୍ତ ମହାନନ୍ଦ, ପୀଙ୍କୁ ସୁନା, ଚିଂକୁ ଲୁହା,ବାବୁ ଜାଲ,ଆୟୁଷ ମାଝୀ, ରାହୁଲ ବାରିକ, ଭୋଲା ସାହୁ, ନିଲେଶ ଶତପଥୀ, ଆଭାସ ପ୍ରମୁଖ ସାମିଲ ଥିଲେ। ( ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ )
No Result
View All Result