• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଶ୍ୱ ଓଡ଼ିଶା ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ କିଶୋର ଦ୍ୱିବେଦୀ ଅଧ୍ୟକ୍ଷ, ନଳିନୀ ପତି ଓ ରୁପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ

Proprietor Abhimanyu Maharana by Proprietor Abhimanyu Maharana
October 12, 2021
in Uncategorized, ଓଡ଼ିଶା, ହୋମ୍
0
ବିଶ୍ୱ ଓଡ଼ିଶା ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ କିଶୋର ଦ୍ୱିବେଦୀ ଅଧ୍ୟକ୍ଷ, ନଳିନୀ ପତି ଓ ରୁପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର )ଲସ୍‍ଆଞ୍ଜେଲେସ୍‍ / ଦୁବାଇ / ମସ୍କୋ / ଲଣ୍ଡନ / ଆମ୍‍ଷ୍ଟରଡମ୍‍ / ସିଙ୍ଗାପୁର / କାନ୍‍ବେରା / ଅକ୍‍ଲ୍ୟାଣ୍ଡ / ଅହମ୍ମଦାବାଦ / ନୂଆଦିଲ୍ଲୀ / କୋଲକାତା / ଭୁବନେଶ୍ୱର :- ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସି ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସର୍ବସମ୍ମତିକ୍ରମେ ବିଶ୍ୱଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜଣାଯାଇଛି । ଦୁଇ ଉପାଧ୍ୟକ୍ଷ ଭାବେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି ଏବଂ ଆମେରିକାରେ ଅବସ୍ଥାପିତ ବିଶ୍ୱ ମହିଳା ପ୍ରତିଷ୍ଠାନର ଅଧ୍ୟକ୍ଷା ରୁପା ଦାଶ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେକ୍ରେଟାରୀ ଜେନେରାଲ ଭାବେ ମାଞ୍ଚେଷ୍ଟର ନିବାସୀ ଓଡ଼ିଆ ସମାଜ ୟୁ.କେର ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ ଏବଂ ଦୁଇ ଯୁଗ୍ମ ସେକ୍ରେଟାରୀ ଜେନେରାଲଭାବେ ନେଦରଲ୍ୟାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ୀ ଏବଂ ସେଓଲର ଅଧିବାସୀ ଡଃ ଶିତାଂଶୁ ଶେଖର ନନ୍ଦ ନିର୍ବାଚିତ ହୋଇଛନ୍ତି । ବିଓସର ଆନ୍ତର୍ଜାତିକ ଆବାହକଭାବେ ରୁସ୍‍ ଓଡ଼ିଆ ସାମଜର ସଭାପତି ସନ୍ତୋଷ ମିଶ୍ର ନିର୍ବାଚିତ ହୋଇଛନ୍ତି । ପାଞ୍ଚଜଣିଆ ପ୍ରେସିଡିଅମ୍‍ର ସଦସ୍ୟ ଭାବେ ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର, ଆବୁଧାବୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ ରଥ, ଘାନା ଉତ୍କଳ ସଂଘର ସଭାପତି ଦୀପକ ଦାସ, ଇଣ୍ଡୋନେସିଆର ଦେବର୍ଶୀ ମଲ୍ଲିକ ଏବଂ ଅହମ୍ମଦାବାଦରେ ଅବସ୍ଥାପିତ ବଦ୍ରି ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ବିଓସର ଆନ୍ତର୍ଜାତିକ ସଂଯୋଜକଭାବେ ଆମେରିକାର ଅକ୍ଷୟ ମହାନ୍ତି ଏବଂ ଯୁଗ୍ମ ସଂଯୋଜକ ଭାବେ ସିଙ୍ଗାପୁରର ବନୋଜିନୀ ନାୟକ ନିର୍ବାଚିତ ହୋଇଛନ୍ତି । ଜାତୀୟ ସଂଯୋଜକ ଭାବେ କୋଲକାତାର ପ୍ରଦୀପ ମହାପାତ୍ର ଏବଂ ଜାତୀୟ ଯୁଗ୍ମ ସଂଯୋଜକ ଭାବେ ବେଙ୍ଗାଲୁରୁର ଲକ୍ଷ୍ମୀନାରାୟଣ ମିଶ୍ର ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ଭୁବନେଶ୍ୱରର ସୁଶାନ୍ତ ପଣ୍ଡା, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଆବୁଧାବୀ ବାସିନ୍ଦା ସିଦ୍ଧାର୍ଥ ଦାସ ଏବଂ ଅଡିଟର ଭାବେ ନୂଆଦିଲ୍ଲୀରେ ଅବସ୍ଥାପିତ ଚାଟାର୍ଡ ଏକାଉଣ୍ଟାଣ୍ଟ୍‍ ସୁଧୀର ଦାଶ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ କର୍ମକର୍ତ୍ତାମାନେ ତିନି ବର୍ଷ ପାଇଁ ସେମାନଙ୍କର ଦାୟିତ୍ୱ ଭାର ନିର୍ବାହ କରିବେ । ବିଶ୍ୱ ଓଡ଼ିଶା ସମାଜର ନୂଆ ସାଧାରଣ ସମ୍ପାଦକ ସଂଗଠନ ଭାବରେ ନୂଆଦିଲ୍ଲୀର ଗଜେନ୍ଦ୍ର ସାହୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ସଂଗଠନ ପଦବୀରେ ରୁଆଣ୍ଡାର ଅଭିଳାସ ନନ୍ଦ ଓ ନିଉଜିଲ୍ୟାଣ୍ଡର ପ୍ରେମ ନେପାକ ନିର୍ବାଚିତ ହୋଇଛନ୍ତି । ବିଓସର ସୁସ୍ଥତା ସାଧାରଣ ସମ୍ପାଦକ ଭାବେ ବେଙ୍ଗାଲୁରୁର ପ୍ରଖ୍ୟାତ ସ୍ନାୟୁ ରୋଗ ବିଶେଷଜ୍ଞ ଡ. ପ୍ରତାପ ପାଣି ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର ଡ. ଅଶୋକ ଚୌଧୁରୀ ଓ ମାଲେସିଆର ଡ. ସ୍ନିଗ୍ଧା ମିଶ୍ର ନିର୍ବାଚିତ ହୋଇଛନ୍ତି ।

ଅନ୍ୟାନ୍ୟ ପଦ ପଦବୀ ମଧ୍ୟରେ ଆଇଟି ସାଧାରଣ ସମ୍ପାଦକ ଭାବେ ଭୁବନେଶ୍ୱରର ଡଃ ରବିନାରାୟଣ ବେହେରା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଆମେରିକାର ଜୀବନ କାନୁନ୍‍ଗୋ ଓ ବେଙ୍ଗାଲୁରୁର ଆଶୁତୋଷ ଦାସ, ଜନ ସମ୍ପର୍କ ଏବଂ ପ୍ରୋଟୋକଲର ସାଧାରଣ ସମ୍ପାଦକ ଭାବେ ମୁମ୍ବାଇର କୃପାନିଧି ବିଶ୍ୱାଳ ଓ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର ପ୍ରୀତମ ନାୟକ ଓ ଭୁବନେଶ୍ୱରର ସୁଚିସ୍ମିତା ପୃଷ୍ଟି, ସଂସ୍କୃତି ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର କାବେରୀ ବେହେରା ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଅଷ୍ଟ୍ରେଲିଆର ସୁଲୀପ୍ତା ତ୍ରିପାଠୀ ଏବଂ ବ୍ରିଟେନ୍‍ର ଡ. ଭାଗ୍ୟଶ୍ରୀ ସିଂହ, ମାତୃଭାଷା ପ୍ରୋତ୍ସାହନର ସାଧାରଣ ସମ୍ପାଦକଭାବେ ଭୁବନେଶ୍ୱରର ପବିତ୍ର ମହାରଥା, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କୁଏତ୍‍ର ତୁଷାର ମିଶ୍ର ଏବଂ ରାଞ୍ଚି ବିନୟ ପଟ୍ଟନାୟକ, ପରିବେଶର ସାଧାରଣ ସମ୍ପାଦକଭାବେ ଭୁବନେଶ୍ୱରର ରାମକୃଷ୍ଣ ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ପୁରୀର ମଧୁସୂଦନ ମିଶ୍ର ଏବଂ ରୁଆଣ୍ଡାର ବି.ବି. ଗଡ଼ନାୟକ, ବ୍ୟଞ୍ଜନ ପ୍ରସ୍ତୁତିକରଣର ସାଧାରଣ ସମ୍ପାଦକ ଭାବେ କାନାଡ଼ାର ପ୍ରଶାନ୍ତ ଭୂୟାଁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀର ପୁଷ୍ପାଞ୍ଜଳି ବାରିକ ଏବଂ ଚେନ୍ନାଇର ମିତାସ୍ମିତା ଜେନା ବଳ, ବ୍ରାଣ୍ଡ‍ ପ୍ରସାରଣର ସାଧାରଣ ସମ୍ପାଦକ ଭାବେ ସୁଇଜରଲ୍ୟାଣ୍ଡର ଅକ୍ଷୟ ପାତ୍ର ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଭୁବନେଶ୍ୱରର ସୁଦୀପ୍ତ ପଟ୍ଟନାୟକ ଏବଂ ହାଇଦ୍ରାବାଦର ସଞ୍ଜୟ ଦାସ ଏବଂ ଆଧ୍ୟାତ୍ମିକତାର ସାଧାରଣ ସମ୍ପାଦକ ଭାବେ ବ୍ରିଟେନର ଜୟଶ୍ରୀ ନନ୍ଦ ଓ ଯୁ୍‍ଗ୍ମ ସାଧାରଣ ସମ୍ପାଦକ ଭାବେ ପୁରୀର ରାମଚନ୍ଦ୍ର ବଡ଼ପଣ୍ଡା ତଥା ବ୍ରହ୍ମପୁରର ଡଃ ସାଗର ରଞ୍ଜନ ତ୍ରିପାଠୀ ନିର୍ବାଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ ବିଓସର ମୁଖ୍ୟ ମିଡିଆ ସଂଯୋଜକ ଏବଂ ନୂଆଦିଲ୍ଲୀର ପ୍ରଭାତୀ ନାୟକ ଓ ୟୁ.ଏ.ଇର ସୁଧାଶ୍ରୀ ଦାଶ ଯୁଗ୍ମ ମିଡିଆ ସଂଯୋଜକ ପଦବୀକୁ ନିର୍ବାଚିତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ମାଝୀ ବିଶ୍ୱ ଓଡ଼ିଶା ସମାଜର ନୂଆ ମୁଖପାତ୍ର ହେବେ । ବିଓସର ପାଞ୍ଚଜଣିଆ ମୁଖପାତ୍ର ତାଲିକାରେ ଜାପାନର କୁନ୍ନା ଦାଶ, ନୂଆଦିଲ୍ଲୀର ସସ୍ମିତା ତ୍ରିପାଠୀ, ଭୁବନେଶ୍ୱରର ଜୟଶ୍ରୀ ମହାପାତ୍ର ଓ ମନୋଜ ନାୟକ ଏବଂ ଚେନ୍ନାଇର ସଞ୍ଜୀବ ପଟ୍ଟନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି । କୋଲକାତାର ସୁନାମଧନ୍ୟ ସାହିତ୍ୟିକ ପୀତାମ୍ବର ବାରିକ ପ୍ରକାଶନ ବିଭାଗର ସମ୍ପାଦକ ହେବେ । ଚାରିଜଣ ନୂତନ ଅତିରିକ୍ତ ସମ୍ପାଦକ ମଣ୍ଡଳୀରେ କାନାଡ଼ାର ଡଃ ତନ୍ମୟ ପଣ୍ଡା, ନୂଆଦିଲ୍ଲୀର ଡଃ ଅନୀତା ପଣ୍ଡା ଏବଂ ଭୁବନେଶ୍ୱରରୁ ଡଃ ସୁନୀତ ମୁଣ୍ଡ ଓ ଜୀତୁ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଛନ୍ତି । ବିଓସର ଆଇନ ପରାମର୍ଶଦାତା ଭାବରେ ଲବ୍ଧପ୍ରତିଷ୍ଠ ଆଇନଜ୍ଞ ନୂଆଦିଲ୍ଲୀର ଶିବଶଙ୍କର ମିଶ୍ର, କୋରାପୁଟର ଅଜୀତ ପାତ୍ର ଏବଂ ଭୁବନେଶ୍ୱରର ପ୍ରଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି ।

ବିଶ୍ୱ ଓଡ଼ିଶା ସମାଜର ମହିଳା ଶାଖାର ସଭାପତି ଭାବେ କାନାଡ଼ାର ଡଃ ସୁନନ୍ଦା ମିଶ୍ର ପଣ୍ଡା, ଉପସଭାପତି ଭାବେ ଅଷ୍ଟ୍ରେଲିଆର ଡଃ ପ୍ରଭାତୀ ପାଣିଗ୍ରାହୀ, ନୂଆଦିଲ୍ଲୀର ରୀତା ପାତ୍ର, ସାଧାରଣ ସମ୍ପାଦକ ଭାବେ ଭୁବନେଶ୍ୱରର ଡଃ ଚିଦାତ୍ମିକା ଖଟୁଆ ଓ ଦୁଇ ଯୁଗ୍ମ ସାଧାରଣ ସମ୍ପାଦକଭାବେ ନୂଆଦିଲ୍ଲୀର ଡଃ ସାଗରିକା ବର୍ମା ଏବଂ ବେଙ୍ଗାଲୁରୁର ସୀମିତା ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ବିଓସର ଯୁବ ଶାଖାର ମେଣ୍ଟରଭାବେ ଅଷ୍ଟ୍ରେଲିଆର ରାମ ପ୍ରସାଦ ମହାନ୍ତି ଏବଂ ଯୁବ ଟିମ୍‍ର ସଦସ୍ୟ ଭାବେ ବ୍ରିଟେନର ଶ୍ୱେତଲାନା ନନ୍ଦ, ନୂଆଦିଲ୍ଲୀ ନନ୍ଦନ ଦ୍ୱିବେଦୀ ଏବଂ ୟୁ.ଏ.ଇର ଅମ୍ରିତ ବାହିନୀପତି ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହା ବ୍ୟତୀତ କାବେରୀ ବେହେରା ଅତିରିକ୍ତ ଭାବେ ଅଫିସ ପ୍ରଶାସନର ସାଧାରଣ ସମ୍ପାଦକ ଦାୟିତ୍ୱ ଏବଂ ବନୋଜିନୀ ନାୟକ ଓ ଶିତାଂଶୁ ଶେଖର ନନ୍ଦ ଅତିରିକ୍ତଭାବେ ଅଫିସ ପ୍ରଶାସନର ଯୁଗ୍ମ ସାଧାରଣ ସମ୍ପାଦକ ପଦଭାର ବହନ କରିବେ ବୋଲି ଜଣାଯାଇଛି । ରିଟର୍ଣ୍ଣିଂ ଅଫିସର ସୁଧୀର ଦାଶଙ୍କର ତତ୍ତ୍ୱାବଧାନରେ ଡିଜିଟାଲ ମଞ୍ଚରେ ନିର୍ବାଚନ ସୁରୁଖୁରୁରେ ସମାପନ ହେବା ପରେ ଶ୍ରୀ ଦାଶ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version