No Result
View All Result
ଏହି ପ୍ରଦର୍ଶନୀ ଓ ସେଲ୍ରେ ଗ୍ରାହକ ମାନେ ଟାନେରିଆର ଉତ୍ପାଦ ଦେଖିପାରିବେ ଏବଂ ସପିଙ୍ଗ୍ କରିପାରିବେ
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଅକ୍ଟୋବର ,ଶନିବାର ) ଭୁବନେଶ୍ୱର :- ଟାଟାର ଏକ ବ୍ରାଣ୍ଡ୍ ଟାନେରିଆ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ତନିସ୍କ ସୋ’ରୁମ୍ରେ ୮ ଅକ୍ଟୋବରରୁ ୧୭ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଶୁକ୍ରବାରରୁ ରବିବାର ଦିନ ୧୧ଟା ପରଠାରୁ ହାତତିଆରି ଶାଢ଼ୀ ଓ ସୁଟ୍ ସେଟ୍ର ସପ୍ତାହବ୍ୟାପୀ ପ୍ରଦର୍ଶନୀ ଓ ସେଲ୍ ଆୟୋଜନ କରାଯିବ । ଏହି ପ୍ରଦର୍ଶନୀରେ ପରିଦର୍ଶକମାନେ ଟାନେରିଆର ବନାରସ୍, କାଞ୍ଜିବରମ୍, ସାଉଥ୍ ସିଲ୍କ, ଟସର, ମାହେଶ୍ୱରୀ ଓ ଭାରତର ଅନ୍ୟ ଅଂଚଳର ବୁଣାକାର ଙ୍କ ହାତତିଆରି ସ୍ୱତନ୍ତ୍ର ଶାଢ଼ି ଗୁଡ଼ିକୁ ଦେଖିବାର ସୁଯୋଗ ଗୋଟିଏ ଛାତ ତଳେ ପାଇବେ । ଏହା ସହିତ ସେମାନେ ଦେଖିପାରିବେ ବ୍ଲାଉଜ୍, ଦୁପଟା ଏବଂ ରେଡିମେଡ୍ କୁର୍ତାର ବର୍ଗମାଳା । ଏହି ପ୍ରଦର୍ଶନୀ ସମ୍ପର୍କରେ ଶ୍ରୀଯୁକ୍ତ ରଘୁଭର୍ ସେଠ୍, ମାର୍କେଟିଂ ମୁଖ୍ୟ, ଟାନେରିଆ କହିଛନ୍ତି ଯେ, “ଆମର ସ୍ୱତନ୍ତ୍ର ଉତ୍ସବ ସମ୍ଭାର ସହିତ ଭୁବନେଶ୍ୱର ଫେରୁଥିବାରୁ ଆମେ ବହୁତ ଉତ୍ସାହିତ । ଗୋଟିଏ ଛାତ ତଳେ ଭାରତର ଶ୍ରେଷ୍ଠ ସାମଗ୍ରୀ ଆମର ଗ୍ରାହକଙ୍କୁ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଆମେ ଶାଢ଼ୀ ଓ ସୁଟ୍ ସେଟ୍, ଟସର ଠାରୁ ଆରମ୍ଭ କରି ବନାରସି ଓ ଇକତ୍ ଏବଂ ଚନ୍ଦେରି ପର୍ଯ୍ୟନ୍ତର ହାତ ତିଆରି ଶାଢ଼ି ଆମର ଉତ୍ସବ ଡିଜାଇନ୍ ସହ ଆଣିଛୁ ।

ଆମର ବିଶ୍ୱାସ ରହିଛି ଯେ ସାରା ଦେଶରୁ ଏବଂ ଆମ ସଂସ୍ଥା ଭିତରେ ଡିଜାଇନ୍ ହୋଇଥିବା ଏହି ସମ୍ଭାରକୁ ଏଠାକାର ମହିଳାମାନେ ସାଦରେ ଗ୍ରହଣ କରିବେ ।’’ ଓଡ଼ିଶାର ଭୁବନେଶ୍ୱର ପ୍ରଦର୍ଶନୀ ଓ ସେଲ୍ରେ ବ୍ୟାପକ ଉତ୍ପାଦ ପ୍ରଦର୍ଶନ କରାଯିବ । ଏହି ପ୍ରଦର୍ଶନୀର ଏକ ପ୍ରମୁଖ ଆକର୍ଷଣ ହେଉଛି ‘ତରଙ୍ଗ ସମ୍ଭାର’ ଯାହା ହେଉଛି ଓମ୍ବ୍ରେ ଡିଜାଇନ୍ ଏବଂ ସତେଜ୍ ରଙ୍ଗର ଏକ ହାତତିଆରି ଶାଢ଼ି ବର୍ଗ । ସବୁଜ, ଗେଲାପି, ହଳଦିଆ, ନିଳ ଏବଂ ଆହୁରି ବହୁତ ରଙ୍ଗରେ ପ୍ରସ୍ତୁତ ହୋଇଥିବା ତରଙ୍ଗ ସମ୍ଭାରର ଶାଢ଼ୀ ଗୁଡ଼ିକରେ ଓମ୍ବ୍ରେ, ଜ୍ୟାମିତିକ ଏବଂ ଗାର (ଷ୍ଟ୍ରିପ୍)ର ବିଭିନ୍ନ ରୂପରେଖ ପ୍ରତିରୂପ ରହିଛି ଯାହା ଶାଢ଼ୀ ପ୍ରେମୀଙ୍କୁ ବେଶ ପସନ୍ଦ ଆସିବ । ନବରାତ୍ରୀ ଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ବିିଭିନ୍ନ ଉତ୍ସବ ଲାଗି ଦରକାର ହେଉଥିବା ଉତ୍ସବ ସମ୍ଭାରକୁ ଗ୍ରାହକମାନେ ଦେଖିପାରିବେ । ଡ୍ରେସ୍ ମାଟେରିଆଲ୍ , ରେଡି ଟୁ ଓୟାର୍ ବ୍ଲାକ୍ ଏବଂ ଦୁପଟ୍ଟା ମଧ୍ୟ ପ୍ରଦର୍ଶିତ ହେବ । ଆରମ୍ଭ ହେବା ଦିନ ଠାରୁ ଟାନେରିଆ ପକ୍ଷରୁ ମୁମ୍ବାଇ, ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ୍ ଓ ଚେନ୍ନାଇରେ ୬ଟି ଷ୍ଟୋର ଖୋଲାଯାଇଛି । ଏହି କଂପାନି ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଷ୍ଟୁଡିଓ ଷ୍ଟାଇଲ୍ରେ ଉନ୍ନତ ସପିଙ୍ଗ୍ ଅନୁଭୂତି ପ୍ରଦାନ କରୁଛି ଯେଉଁଥିରେ ରହିଛି ରେଡି ଟୁ ଓୟାର୍ ବ୍ଲାଉଜ୍ ଓ କୁର୍ତା ସେଟ୍ ।
No Result
View All Result