No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନ କ୍ରମେ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲଡିଏମ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଋଣ ର ସୁବିନିୟୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ବିଡିଓ ବିଶ୍ୱନାଥ ସାହୁ ,ଡିପିଏମ ଶଙ୍କର ଚାଳନ,ଜିଏମଡିଆଇସି ଲକ୍ଷ୍ମୀଧର ସୁରେନ ,ଉପ ନିର୍ଦ୍ଦେଶକ ଟେକ୍ସଟାଇଲ ଏସ ଏନ ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଚୟନ ହୋଇଥିବା ୧୫୯ ଜଣ ହିତାଧିକାରୀଙ୍କୁ ସମୁଦାୟ ୮ କୋଟି ୩୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଟ୍ରାକ୍ଟର, ହାରଭେସ୍ଟର, ବଳରାମ ଭଳି ଋଣ ପ୍ରଦାନ କରାଯାଇଛି । ଅତାବିରା ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

No Result
View All Result