No Result
View All Result
ବରଗଡ଼, ସମ୍ବଲପୁର ଏବଂ ବଲାଙ୍ଗିର ରେ ମାଁ ସମଲେଶ୍ଵରୀ ଦେବୀଙ୍କ ଧବଳମୁଖୀ ରୂପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବରଗଡ :- ଆଜି ପବିତ୍ର ମହାଳୟା । ପଶ୍ଚିମ ଓଡ଼ିଶାରେ ଥିବା ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ବାଗ୍ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି ।
ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେବେ କୋଭିଡ଼ କଟକଣା ମଧ୍ୟରେ ଆଜି ମା’ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ସମ୍ବଲପୁର ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ସକାଳୁ ତାଙ୍କ ନିତୀ ରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ଵାରା ଫିଟା ଯାଇଥିଲା ।
ଯାହାକି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ବରଗଡ଼ ସଦର ମହକୁମା ସ୍ଥିତ ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଦେବୀଙ୍କ ର ଆଜି ସକାଳୁ ବିଶେଷ ପୂଜାର୍ଚ୍ଚନା ପରେ ଧବଳମୁଖୀ ବେଶ ରେ ଦର୍ଶନ ଦେଇଥିଲେ । ବଲାଙ୍ଗୀର ରେ ମଧ୍ୟ ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଧବଳମୁଖୀ ରୂପରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ ।
No Result
View All Result