No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ଆଜି ଭାଜପା ପକ୍ଷରୁ ବିଜେପୁର ତହସିଲ ଅଫିସ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପୁରରେ ସଂଗଠକ ସନତ ଗଡତୀୟା ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ସହ ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ, ଜିଲ୍ଳା ପରିଷଦ ଉପଧ୍ୟକ୍ଷ ମଦନ ଦୀପ ,ଜିଲ୍ଲା ଉପସଭାପତି ସ୍ୱାଧୀନ ମହାପାତ୍ର ,ବରିଷ୍ଠ ନେତା ହଳପାଣି ମାଝୀ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା,ସଂପାଦକ ବିକ୍ରମ ସେଠ ଓ ଚାଷୀ ମାନେ ଶୋଭାଯାତ୍ରାରେ ସାମିଲ ଥିଲେ । ଏହି ଶୋଭାଯାତ୍ରା ଵସଷ୍ଟାଣ୍ଡରୁ ବାହାରି ତହସିଲ କାର୍ଯ୍ୟାଳୟ କୁ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜେପୁର୍, ଗାଇସିଲେଟ ଓ ବରପାଲି ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବିଜେପୁର୍ ତହସିଲଦାରଙ୍କୁ ଏକ ଚାରି ଦଫା ଦାବି ସମ୍ବିଳିତ ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡକ ମଧ୍ୟରେ ଉକ୍ତ ବ୍ଲକଗଡିକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରାଯାଉ,ତୁରନ୍ତ ଇନ୍ ପୁଟ ସବସିଡି ପ୍ରଦାନ,ଚାଷୀଙ୍କ ବିଦ୍ୟୁତ ବିଲ ଛାଡ,ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ରୁ ବାଦ ପଡି ଥିବା ବିଜେପୁର ବ୍ଲକ ର ୮ଗୋଟି ପଂଚାୟତ କୁ ତୁରନ୍ତ ଏହାର ଅନ୍ତର୍ଭୁକ୍ତ କରାଯିବାକୁ ଦାବି ରହିଛି ।

No Result
View All Result