No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର) କଳାହାଣ୍ଡି :- ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଲାଞ୍ଜିଗଡ଼ ସିଡିପିଓ ମିନା କୁମାରୀ ପାତ୍ର । ତାଙ୍କ ବିଶ୍ଵନାଥପୁର ସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ଗିରଫ୍ କରିଛି । ତାଙ୍କ କାର୍ଯ୍ୟାଳୟ ଚଡଉ ଜାରି ରହିଥିବା ବେଳେ ବ୍ଲକ ଅଞ୍ଚଳର ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୧୧ ଲକ୍ଷ ୬୯ ହଜାର ଟଙ୍କା ଛତୁଆ ବିଲ ବାବଦକୁ ସେ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।
ସେ ତାଙ୍କ ବିଶ୍ୱନାଥପୁର ସ୍ଥିତ କାର୍ଯ୍ୟାଳୟରେ ୮୦ ହଜାର ଟଙ୍କା ସଂପୃକ୍ତ ମହିଳା ଗୋଷ୍ଠୀ ମାନଙ୍କ ଠାରୁ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ ୮୦ ହଜାର ଟଙ୍କା ସହିତ କାବୁ କରିଛି । ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟ ଚଡଉ କରିଛି । ତେବେ ତାଙ୍କର ସମ୍ପତି ଆକଳନ କରାଯାଇ ପାରି ନ ଥିବା ବେଳେ ଅନ୍ୟ ଟିମ୍ ମାନେ ଅନ୍ୟ ସ୍ଥାନରେ ମଧ୍ୟ ଚଡଉ ଜାରି ରଖିଥିବା ଭିଜିଲାନ୍ସ ଦଳ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଚଡଉ ଜାରି ରହିଥିବାରୁ ଅଧିକ କିଛି ସୂଚନା ଦେଇନାହାନ୍ତି । ତେବେ ଘଟଣାଟି ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭିଜିଲାନ୍ସ ଜାଲରେ ସିଡିପିଓ ମିନା କୁମାରୀ ପାତ୍ର ପଡିବା ପରେ ବିଶ୍ୱନାଥପୁର ତଥା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଥିବା ସିଡିପିଓ କାର୍ଯ୍ୟାଳୟର କର୍ମକର୍ତ୍ତା ତଥା ମହିଳା ସୁପର ଭାଇଜର ମାନଙ୍କ ମନରେ ଛନକା ପଶିଛି ।
No Result
View All Result