No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବରଗଡ଼ :- ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁ ଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର କରି ଜାତୀୟ ରକ୍ତ ଦାନ ଦିବସ ପାଳନ କଲା ନିଷ୍ଠା ପରିବାର। ଏଥିରେ ମୁଖ୍ୟ ଅତିଥି ଭାବରେ ପାର୍ବତୀ ଗିରି ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ,ତାଙ୍କ ପତ୍ନୀ ଓ ତାଙ୍କ ପୁଅ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତ ଦାତା ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା।
ସ୍ବର୍ଗତ ଅରିନ୍ଦମ ଦାଶ ଓ ସୀତାରାମ ମୁର୍ମୁ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସଂଗୃହୀତ ରକ୍ତ କୁ ତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା । ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ ଓ ତାଙ୍କ ପରିବାର ବର୍ଗଙ୍କୁ ସମାଜ ସେବା ପାଇଁ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପୋରୋକ୍ତ କାର୍ଯ୍ୟକ୍ରମ ରେ ଓ ଟିଭି ର ପ୍ରତିନିଧି ଦୀପକ ଶର୍ମା, ବିଶିଷ୍ଟ ଶିକ୍ଷାବିତ୍ ଡ.ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାସୁନ୍ଦର ସାହୁ, ମଦନ ମୋହନ ଦାସ ଓ ଆଶିଷ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
No Result
View All Result