No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ମାଳିସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା କୁମାରୀ ଦେଇଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆନୁଷ୍ଠାନିକ ଭାବେ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭା ବିଦ୍ୟାଳୟର ପରିଚାଳନା କମିଟି ବିଦ୍ୟାଳୟର ସମସ୍ତ ସ୍କୁଲ ପରିଚାଳନା ସଦସ୍ୟ, ଗ୍ରାମବାସୀ ତଥା ବିଦ୍ୟା ଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।. ଛାତ୍ର ଛାତ୍ରୀଙ୍କ ସଭାର ପ୍ରାରମ୍ଭରେ ଫୁଲତୋଡ଼ା ଓ ଫୁଲ ସିଞ୍ଚନ ପୂର୍ବକ ସ୍ୱାଗତ ସମ୍ବର୍ଧନା କରି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ ପରିସରକୁ ପାଛୋଡ଼ି ନେଇଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗ ଦେଇଥିଲେ।
ବିଦ୍ୟାଳୟ ଆଲୁମିନିୟମ କମିଟି ସଭାପତି ସୁଦର୍ଶନ ସିଠ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ଗ୍ରାମର ମୁଖ୍ୟବ୍ୟକ୍ତି, ଅଂଚଳର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ନୂତନ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ.। ପ୍ରଥମେ ପ୍ରଭୁ ଗଜାନଙ୍କ ପାଖରେ ଧୂପ ନୈବେଦ୍ୟ ଅର୍ପଣ କରାଯାଇ ସଭା ଆରମ୍ଭ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଏହି ସଭାରେ ନିର୍ମଳା ଦେବୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶିକ୍ଷକ, ଛାତ୍ର ଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିମାନେ ନିର୍ମଳା ଦେବୀ କିଭଳି ଶାନ୍ତଶିଷ୍ଟ, ଧୈର୍ଯ୍ୟଶୀଳା, ସମୟାନୁବର୍ତ୍ତୀ, ଛାତ୍ର ବତ୍ସଳ ଥିଲେ ତାହା ଗୁଣଗାନ କରିଥିଲେ.।
ଜଣା ଥିଲା ଛାତ୍ର ଛାତ୍ରୀ ଯୁବ ଶିକ୍ଷକ ଶିକ୍ଷୟତ୍ରୀ ଯେତେ ଯୋଗଦାନ କରିଥିଲେ ଅଭିଭାଷଣ ମାଧ୍ୟ୍ୟମରେ ସମସ୍ତ ବିଦାୟୀ ଶିକ୍ଷୟତ୍ରୀ ସମସ୍ତେ ନିର୍ମଳା ଦେବୀଙ୍କୁ ମା ସମ୍ବୋଧିତ କରି ବିଦାଇ କାଳୀନ ଉତ୍ସବରେ ଆଖିରୁ ଲୁହ ଗାଡ଼ି ଥିଲେ. ଦୀର୍ଘ ପାଞ୍ଚ ଘଣ୍ଟା ଏହି କାର୍ଯ୍ୟକ୍ରମ ଚାଲୁଥିଲା. ଛାତ୍ର ଛାତ୍ରୀ ମାନେ ଦ୍ୱାରା ସଂକୃତିକ କାର୍ଯ୍ୟକ୍ରମ କରାଯାଇଥିଲା. ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ବେରଙ୍କ ଦ୍ୱାରା ସୋ ରଚିତ ସଂଗୀତ ‘ଗୁରୁତୁମେ ‘ପରିବେଷଣ କରିବା ସହିତ ଛାତ୍ର ଛାତ୍ରୀ ବିଦାୟ ସର୍ବମିଙ୍ଗିତ ଗାନ କରିଥିଲେ. ଏହିସଭାରେ ମଞ୍ଚାସିନ ଥିବା ଅତିଥି ଅନ୍ତର୍ଯ୍ୟାମୀ ସ୍ୱାଇଁ, ଯୁର୍ଦ୍ଧନ ସିଠ,ଭାରତ ପ୍ରଧାନ, ମଧୁସୂଦନ ପଟ୍ଟନାୟକ, ଫକୀର ଚରଣ ସୁନ୍ଦରା, ଅରକ୍ଷିତ ପ୍ରଧାନ, ପ୍ରଫୁଲ କୁମାର ନନ୍ଦ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଗୁଣଗାନ କରିଥିଲେ। ନିର୍ମଳା ଦେବୀଙ୍କୁ ସ୍କୁଲ ପରିଚାଳନା କମିଟି ଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ନୂତନ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଉପହାର ପ୍ରଦାନ କରାଯାଇଥିଲା ।
No Result
View All Result