No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସଭା ଗୃହ ମଧ୍ୟରେ ନୂଆଗାଁ ପଞ୍ଚାୟତ ସମିତି ର ତ୍ରୟୋଦଶ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା,ସ୍ବାସ୍ଥ୍ୟ ,ପାନୀୟ ଜଳ ଯୋଗାଣ , ଗମନାଗମନ,ଏବଂ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ରେ ଯେପରି ଯୋଗ୍ୟ ହିତାଧିକାରୀ ସାମିଲ୍ ହୋଇ ପାରିବେ ସେ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କାଳିଆମ୍ବା, ତୋଡି ଗାଡିଆ,ପାରାଢିପି ଆଦି ଗ୍ରାମ ରେ ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବାରୁ ୭ ଦିନ ମଧ୍ୟରେ ଲୋକମାନେ ଯେପରି ପାନୀୟ ଜଳ ପାଇବେ ଆର୍ ଡବ୍ଲୁ ଏସ ଏସ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ୍ କରିଥିଲେ ଦଶପଲ୍ଲା ବିଧାୟକ।ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ବନ୍ଧା ଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସମସ୍ୟା ଉପରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶିକ୍ଷକ ସମସ୍ୟା ଦୂରୀକରଣ କରାଯିବା ସହ ନୂଆଗାଁ ବ୍ଲକ୍ ର ସମସ୍ତ ଜନସାଧାରଣ ଯେପରି କରୋନା ଟୀକା ନେବେ ସେ ଉପରେ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଡ଼ିଓ ପ୍ରମୋଦ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ସୁଦୀପ୍ତ ଚନ୍ଦ୍ର ରାୟ ଯୋଗଦେଇଥିଲେ।ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।
No Result
View All Result